ଶୁଖିଲା ଡ୍ୟାମ୍: ମିଳୁନି ପାଣି, କଲବଲ ସହରବାସୀ


 ଭୁବନେଶ୍ୱର : ଚଳିତ ବର୍ଷ ପ୍ରବଳ ଗ୍ରୀଷ୍ମ ପ୍ରବାହ ହୋଇଛି । ମୌସୁମୀ ଆସି ବି ଲୁଚକାଳି ଖେଳୁଛି । ଏବେ ବି ଗ୍ରୀଷ୍ମପ୍ରବାହ ଜାରି ରହିଛି । ଏଭଳି ସ୍ଥିତିରେ କେନ୍ଦୁଝର ସହରରେ ପାନୀୟଜଳର ସମସ୍ୟା ଉକ୍ରଟ ହେବାରେ ଲାଗିଛି । ପାନୀୟଜଳ ପାଇଁ କଲବଲ ହେଉଛନ୍ତି ସହରବାସୀ । କେନ୍ଦୁଝର ସହରକୁ ପାଣି ଯୋଗାଉଥିବା ଦୁଇଟି ଯାକ ଡ୍ୟାମ୍ ବଡଘାଗରା ଓ କାନଝରୀ ଶୁଖିଯାଇଥିବାରୁ ପରିସ୍ଥିତି ଏପରି ହୋଇଛି । ଏଭଳି ସ୍ଥିତି ସଂପର୍କରେ ସ୍ଥିତି ସଂପର୍କରେ ଅବଗତ ହେବା ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ହସ୍ତକ୍ଷେପ କରିଛି ।  କେନ୍ଦୁଝର ସହରକୁ ବଡ଼ଘାଗରା ଓ କାନଝରୀ ଡ୍ୟାମରୁ ଜଳ ଯୋଗାଣ ହୋଇଥାଏ । ବଡ଼ଘାଗରା ଡ୍ୟାମରୁ ୧୧ଟି ୱାର୍ଡ ଏବଂ କାନଝରୀ ଡ୍ୟାମରୁ ୧୦ଟି ୱାର୍ହକୁ ଜଳଯୋଗାଣ ହୋଇଥାଏ । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ବଡ଼ଘାଗରା ଡ୍ୟାମ ଏବେ ପ୍ରାୟତଃ ଶୁଖି ଯାଇଛି । ଏହି ଡ୍ୟାମର ସମ୍ପୂର୍ଣ୍ଣ ଜଳଧାରଣ କ୍ଷମତା ହେଉଛି ୧୯୬୨ ଆର୍ଏଲ (ରେଡିୟସ ଲେଭଲ) । ଏପ୍ରିଲ ମାସରେ ଡ୍ୟାମରେ ୧୯୩୨ ଆରଏଲ୍ ଜଳ ରହିବା କଥା । ତେବେ ଚଳିତ ବର୍ଷ ଏପ୍ରିଲରେ ୧୯୨୬ ଆର୍ଏଲ୍ ପାଣି ରହିଥିଲା । ସେହିଭଳି ମେ ମାସରେ ଜଳସ୍ତର ନିମ୍ନସ୍ତରରେ ପହଞ୍ଚିଥିଲା ଓ ଜୁନ୍ ମାସରେ ଜଳଭଣ୍ଡାର ସମ୍ପୂର୍ଣ୍ଣ ଶୁଖିଯାଇଛି । ଫଳରେ ଏଠାରୁ ସହରର ୧୧ଟି ୱାର୍ଡକୁ ହେଉଥିବା ଜଳଯୋଗାଣ ବନ୍ଦ ରହିଛି । ସେହିପରି ସହରର ୧୦ଟି ୱାର୍ଡକୁ କାନଝାରି ଡ୍ୟାମରୁ ଜଳଯୋଗାଣ ହେଉଥିଲା । ଏଠାରୁ ନିୟମିତ ୮.୫ ମିଲିଅନ ଲିଟର ଜଳ ଯୋଗାଣ ହେଉଥିଲା । କିଛଦିନ ହେବ ୭ ମିଲିଅନ ଲିଟର ଜଳ ଯୋଗାଣ ହେଉଛି । ଯାହା ଆବଶ୍ୟକତା ଠାରୁ ଢେର କମ୍ । ପାଣି ସମସ୍ୟା ପାଇଁ ରେଜ ମଉଜ ଫିକା ପଡ଼ିଯାଇଛି । କେନ୍ଦୁଝର ସହରର ପାଣି ସମସ୍ୟା ସମ୍ପର୍କରେ ବୁଦ୍ଧିଜୀବୀମାନେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଅବଗତ କରିଥିଲୋ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ନିଦେ୍ର୍ଦଶକ୍ରମେ ୱାଟକୋ ପକ୍ଷରୁ ନିକଟସ୍ଥ ଅଞ୍ଚଳରୁ ଟ୍ୟାଙ୍କର ଅଣାଯାଇ ଜଳ ଯୋଗାଣ ବ୍ୟବସ୍ଥା ହୋଇଥିବା ସୂଚନା ମିଳିଛି ।