ବିପଦପୂର୍ଣ୍ଣ ଅବସ୍ଥାରେ କୁହିକା ପୁରୁଣା ପୋଲ
ାା ପ୍ରଭାନୁ୍ୟଜ ।ା କୁହିକା : ଚେଇଁ ଶୋଇଥିବ ଯିଏ ତାକୁ ଉଠାଇବ କିଏ, ଯେଉଁ ପ୍ରବାଦଟି ରହିଛି, ତାହା ପୂର୍ତ୍ତ ବିଭାଗ ପାଇଁ ବେଶ ପ୍ରଜୁ୍ୟଜ୍ୟ । ଏହି ବିଭାଗ ବାବୁ ମାନଙ୍କ କୁମ୍ଭନିଦ୍ରା ନୀତି କାରଣରୁ ସରକାରଙ୍କ ରାଜକୋଷକୁ ସମୃଦ୍ଧ କରୁଥିବା ସୁକିନ୍ଦା ଖଣି ଅଞ୍ଚଳ ରାସ୍ତାର କୁହିକା ପୋଲ ଅବସ୍ଥାରେ ସୁଧାର ଆସିପାରୁନି । ସୁକିନ୍ଦା ତହସିଲ୍ ଅନ୍ତର୍ଗତ ଅଶୋକଝର ଠାରୁ ଆରମ୍ଭ କରି ଦୁଧୁଯୋରୀ ପଞ୍ଚାୟତ ସୁକିନ୍ଦା ସିମା ପର୍ଯ୍ୟନ୍ତ ପଥର ଖାଞ୍ଚିଆ ନାଳ ଲମ୍ବି ଯାଇ ଭୂବନ ବ୍ଲକ ପାଣ୍ଡୋରା ନଦୀରେ ମିଶିଛି । ଉକ୍ତ ପଥର ଖାଞ୍ଚିଆ ନାଳଟି କୁହିକା ଦେଇ ପ୍ରବାହିତ ହୋଇଛି । ଯାହାକି ଖଣିଅଞ୍ଚଳକୁ ସଂଲଗ୍ନ କରୁଥିବା ରାଜ୍ୟ ପୂର୍ତ୍ତ ବିଭାଗ ରାସ୍ତାକୁ ବିଭକ୍ତ କରିଛି । ମଙ୍ଗଳପୁର-ଟମକା ନାମରେ ପରିଚିତ ଉପରେ ୨୦୧୬ମସିହାରେ ନିର୍ମାଣ ହୋଇଛି ଏକ ବିଜୁ ସେତୁ । ଖଣି ଅଞ୍ଚଳକୁ ସଂଯୋଗ କରୁଥିବା ଏହି ରାସ୍ତା ଉପରେ ପୂର୍ବରୁ ଏକ ପୋଲ ଉପରେ ଭାରିଯାନ ଚଳାଚଳ ହେଉଥିଲା । ସଂପୃକ୍ତ ପୋଲର ଉଭୟ ପାର୍ଶ୍ୱରେ ବ୍ୟାରିକେଡ୍ ନାଳ ପାଣିରେ ଲୀନ ହୋଇଯାଇଛି । ବାଡ଼ା ନଥିବା ସତ୍ୱେ ବିପଦ ପୂର୍ଣ୍ଣ ଅବସ୍ଥାରେ ଯାତାୟାତ କରୁଛି ଅନେକ ଗୁଡିଏ ଦୁଇ ଚକିଆ ଠାରୁ ଆରମ୍ଭ କରି ଭାରୀଯାନ । ଯୋଉ ପୋଲ ଉପରେ ବିଭିନ୍ନ ସମୟରେ ଦୁର୍ଘଟଣା ଘଟି ଅନେକଙ୍କ ଜୀବନଯାଇଛି । ପ୍ରତ୍ୟେକ ବର୍ଷ ଏହି ସ୍ଥାନରେ ବାରମ୍ବାର ଦୁର୍ଘଟଣା ଘଟେ ଏବଂ ସୁକିନ୍ଦା ପୁଲିସ ପକ୍ଷରୁ ଏ ଅଞ୍ଚଳକୁ ଦୁର୍ଘଟଣା ପ୍ରବଣ ଅଞ୍ଚଳ ମଧ୍ୟ ଘୋଷଣା କରାଯାଇଥାଏ । ହେଲେ ପୂର୍ତ୍ତ ବିଭାଗ କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗିବାର ନାଁ ଧରୁନି । ପୁରୁଣା ତ ଦୂର କଥା ନୂଆ ପୋଲର ଅବସ୍ଥା ଶୋଚନୀୟ । କେତେ ବେଳେ ଛାତ ଭୁଶୁଡ଼ି ପଡ଼ିବ ତାହା କେହି କହିପାରିବେ ନାହିଁ । ଏଭଲି ସ୍ଥିତିରେ ବିପଦପୂର୍ଣ୍ଣ ପୋଲର ବ୍ୟାରିକେଡ୍ ପାଇଁ ବାରମ୍ବାର ଦାବି ହେଉଥିବା ବେଳେ ବିଭାଗର କିନ୍ତୁ ନିଦ ଭାଙ୍ଗୁନି । ଯାହାକୁ ନେଇ ଜନଅସନ୍ତୋଷ ବଢିବାରେ ଲାଗିଛି । ବିଭାଗ ଯଦି ତୁରନ୍ତ ଏଦିଗରେ କିଛି ପ୍ର୍ରତିକାର ବ୍ୟବସ୍ଥା ନକରେ, ତେବେ ଅଞ୍ଚଳର ଲୋକେ ରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।