ପ୍ରଣତିର ବାର୍ଷିକ ଉତ୍ସବ

ାା ପ୍ରଭାନୁ୍ୟଜ ।ା ଯାଜପୁର ଟାଉନ: ଯାଜପୁରର ସାହିତ୍ୟ ଏବଂ ସାଂସ୍କୃତିକ ଅନୁଷ୍ଠାନ "ସ୍ମୃତି ଓ ପ୍ରଣତି’ର ବାର୍ଷିକ ଉସôବଅନୁଷ୍ଠାନର ସଭାପତି ଶିଶିର କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସ୍ମୃତି ଓ ପ୍ରଣତିର ସାଂଗଠନିକ ସମ୍ପାଦକ ପ୍ରଫେସର ଦାମୋଦର ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ଉସôବରେ ମୂଲ୍ୟବୋଧ ଭିତିକ ସାମ୍ବାଦିକତାର ପ୍ରତୀକ ପ୍ରଦୁ୍ୟମ୍ନ କିଶୋର ବଳଙ୍କ ଜୟନ୍ତୀ ସମାରୋହ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଅତିଥି ଭାବେ ବିଶିଷ୍ଟ ଶ୍ରମିକ ନେତା ତଥା ପୁର୍ବତନ ରାଜ୍ୟସଭା ସାଂସଦ ରାମଚନ୍ଦ୍ର ଖୁଣ୍ଟିଆ, ବିରୁପାକ୍ଷ ତ୍ରିପାଠୀ, ଯାଜପୁର ବିଧାୟୀକା ସୁଜାତା ସାହୁ ଏବଂ  ପ୍ରଫେସର ଧନେଶ୍ୱର ସାହୁ ପ୍ରମୁଖ ଯୋଗଦେଇ ଅନୁଷ୍ଠାନ ଜଣେ ନୀତିନିଷ୍ଟ ରାଜନେତା ଓ ବିଶିଷ୍ଟ ସଂସ୍କାରକ ପ୍ରଦୁ୍ୟମ୍ନ ବଳଙ୍କ ଜୟନ୍ତୀ ପାଳନ କରୁଥିବାରୁ ଧନ୍ୟବାଦ ଜଣାଇଥିଲେ । ଅତିଥିମାନେ ଏହି ଅବସରରେ ସ୍ମୃତି ଓ ପ୍ରଣତି ବର୍ଷ ତମାମ ଏହିପରି ମହାମନିଷୀମାନଙ୍କର ଜୟନ୍ତୀ ପାଳନ ଆଳରେ ଓଡିଆ ଭାଷା ସାହିତ୍ୟର ବିକାଶ, ଓଡ଼ିଶା ତଥା ଭାରତୀୟ ସଂସ୍କୃତିର ସୁରକ୍ଷା ଏବଂ ଦେଶ ପାଇଁ ବଳିଦାନ ଦେଇଥିବା ତଥା ସମାଜରୁ କୁସଂସ୍କାର ଦୂର ନିମନ୍ତେ କାର୍ଯ୍ୟ କରିଥିବା ଏହିଭଳି ମହାନ୍ ବ୍ୟକ୍ତିତ୍ୱଙ୍କ ଜୟନ୍ତୀ ପାଳନ ହେଉ କି ସ୍ମରଣ ସଭାର ଆୟୋଜନ କରିବା ପାଇଁ ଆହ୍ୱାନ ଦେଇଥିଲେ । ଅନୁଷ୍ଠାନର ସାଧାରଣ ସମ୍ପାଦକ କୈଳାଶ ଚନ୍ଦ୍ର ନାୟକ  ଆଭିମୁଖ୍ୟ ଏବଂ ଉଦେ୍ଦଶ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । କୋଷାଧ୍ୟକ୍ଷ ଡ. ନିତ୍ୟାନନ୍ଦ ମିଶ୍ର ସ୍ୱାଗତ ଭାଷଣ ଏବଂ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ଗାନ୍ଧିବାଦି ସମାଜସେବୀ ନିଶିଥ କୁମାର ଦାସ, ପରିବେଶବିତ୍ ପ୍ରଣତି ପ୍ରୀତିନନ୍ଦା ନାୟକ, ଭଦ୍ରକ ଜିଲାର ବରିଷ୍ଠ ସାମ୍ବାଦିକ ପ୍ରଦୀପ କୁମାର ମହାପାତ୍ର, ସୁକିନ୍ଦାର ସାମ୍ବାଦିକ ବିଶ୍ୱନାଥ ସାହୁ ଏବଂ ସଂଗ୍ରାହକ ଟାଇପିଷ୍ଟ ଶରତ କୁମାର ସାହୁଙ୍କୁ ପ୍ରଦୁ୍ୟମ୍ନ ବଳ ସ୍ମୃତି ସମ୍ମାନ-୨୦୨୪ରେ ସମ୍ବର୍ଦ୍ଧିତ କରାଯାଇଥିଲା । ଉପସଭାପତି ସୁବାଷ ଚନ୍ଦ୍ର ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ।