ମହାବୀରଙ୍କ ସପ୍ତମ ବାର୍ଷିକ ଯଜ୍ଞ ଉତ୍ସବ ଉଦ୍ୟାପିତ

କବାଟବନ୍ଧ: ଧର୍ମଶାଳା ବ୍ଲକ ଅନ୍ତର୍ଗତ ରାଇଛନ୍ଦା ପଞ୍ଚାୟତ ଅଧୀନ ବାରକଣା ଗ୍ରାମରେ ଶ୍ରୀଶ୍ରୀ ସଙ୍କଟମୋଚନ ହନୁମାନଜୀଉଙ୍କ ୭ମ ବାର୍ଷିକ ଯଜ୍ଞ ଉତ୍ସବ ଉଦଯାପିତ ହୋଇଯାଇଛି । ୩ ଦିନ ବ୍ୟାପି ଉତ୍ସବ ବାରକଣା ହାଟ ପଡ଼ିଆରେ ଚାଲୁ ରହିଥିଲା । ବ୍ରାହ୍ମଣୀ ନଦୀରୁ କଳସ ସୋଭାଯାତ୍ରାରେ ପୁରୁଷ ଓ ମହିଳା କଳସଧାରୀ ମଣ୍ଡପ ପ୍ରବେଶ କରିଥିଲେ । ରବିବାର ଅଙ୍କୁରାରୋପଣ ଓ ସୋମବାର କଳସ ଯାତ୍ରା ଦୀପ ସ୍ଥାପନ, ଅଗ୍ନି ସ୍ଥାପନ, ମଣ୍ଡଳାଧୂପୂଜା, ଜନ୍ମୋତ୍ସବ ପାଳନ, ମଙ୍ଗଳବାର ସୂର୍ଯ୍ୟପୂଜା, ଗୁରୁପୂଜା, ଗୋ ପୂଜା, ଘୃତଯଜ୍ଞ, ସହିତ ବୁଧବାର ନଗର ପରିଭ୍ରମଣ ଓ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ କରାଯାଇଥିଲା । ଯଜ୍ଞର ମୁଖ୍ୟ ପଣ୍ଡିତ ହିମାଂଶୁ ଶେଖର ପଣ୍ଡାଙ୍କ ତତ୍ୱାବଧାନରେ ସିଦ୍ଧ ମହାବୀର ମନ୍ଦିର ପୂଜକ ଗିରିଧାରୀ ପଣ୍ଡାଙ୍କ ସମେତ ୬ ଜଣ ପୂଜକଙ୍କ ଦ୍ୱାରା ସମସ୍ତ ଯଜ୍ଞ କାର୍ଯ୍ୟ ରୀତିନୀତି ଅନୁଯାୟୀ ସମ୍ପନ୍ନ ହେଉଛି । ମୁଖ୍ୟ କର୍ଭା ଭାବେ ସସ୍ତ୍ରୀକ ଅରୁଣ ଜେନା ଓ ରନିତା ଜେନା ଦାୟିତ୍ୱ ସମ୍ପାଦନ କରିଥିଲେ  । ପ୍ରତ୍ୟକ ଦିନ ସଂଧ୍ୟାରେ ଭଜନ କୀର୍ତନ, ଲଉଡ଼ି ଖେଳ, ସେଲ୍ଫି ଜୋନ, ମିନାବଜାର, ଦୋଳି, ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଭକ୍ତ ଓ ଶ୍ରଦ୍ଧାଳୁ ମହାବୀରଙ୍କ ଆଶ୍ରିବାଦ ଲାଭ କରିଥିଲେ । କାର୍ଯ୍ୟକ୍ରମକୁ ସିଦ୍ଧ ମହାବୀର କମିଟିର ସମସ୍ତ ସଦସ୍ୟ, ବଜ