ଡିସେମ୍ବର ୪ରେ ନୌସେନା ଦିବସ ,ସାମିଲ ହେବେ ଗଜପତି ମହାରାଜ
ନୌସେନା ଦିବସରେ ସାମିଲ ହେବେ ଗଜପତି ମହାରାଜ । ଏନେଇ ନୌସେନାର ବରିଷ୍ଠ ଅଧିକାରୀ ମାନେ ଗଜପତିଙ୍କ ବାସଭବନରେ ପହଞ୍ଚି ତାଙ୍କୁ ନିମନ୍ତ୍ରଣ ଦେଇଛନ୍ତି । ଡିସେମ୍ବର ୪ରେ ନୌସେନା ଦିବସ ଅବସରରେ ପୁରୀ ସମୁଦ୍ରରେ ପରାକ୍ରମ ଦେଖାଇବେ ମାର୍କେସ କମାଣ୍ଡୋ । ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ସାମିଲ ହେବେ ଗଜପତି ମହାରାଜ । ଏହା ପୂର୍ବରୁ ପୁରୀ ବ୍ଲୁ ଫ୍ଲାଗ ଆରମ୍ଭ ହୋଇଛି ଯୁଦ୍ଧାଭ୍ୟାସ । କମାଣ୍ଡୋମାନେ ବିସ୍ଫୋରଣ ସହ ଗୁଳିଗୋଳା ବର୍ଷାର ଦୃଶ୍ୟ ଦେଖାଇଛନ୍ତି । ନୌସେନାର ଲଢ଼ୁଆ ହେଲିକପ୍ଟର୍ ସହ ଫାଇଟର୍ ଜେଟ୍ଗୁଡ଼ିକ ଆକାଶ ମାର୍ଗରେ ଚକ୍କର କାଟି କଳାକୌଶଳ ଦେଖାଇ ଦର୍ଶକଙ୍କ ମନ ଜିଣିଛନ୍ତି ।ସେହିପରି କମାଣ୍ଡୋମାନେ ପାରାଚ୍ୟୁଟରୁ ଓହ୍ଲାଇବାର ଦୃଶ୍ୟ ଦେଖିବାକୁ ଲୋକଙ୍କ ଭିଡ଼ ଜମୁଛି । ଆଜି ମଧ୍ୟ ନୌବୀରଙ୍କ ପରାକ୍ରମ ଦେଖିବାର ସୁଯୋଗ ପାଇବେ ପୁରୀବାସୀ । ତେବେ ଆସନ୍ତାକାଲି ହେବ ଫାଇନାଲ୍ ରିହର୍ସାଲ୍ ।