ନାଟକ କେତେ ଦୁଃଖ ଦେବୁ ଦେରେ କାଳିଆ ମଞ୍ଚସ୍ଥ 


 ବୁଗୁଡା:  ପବିତ୍ର ଦଣ୍ଡଯାତ୍ରା ଉପଲକ୍ଷେ ବୁଗୁଡାର ମହାମାୟୀ ନାଟ୍ୟ ସଂଘ ପକ୍ଷରୁ ସାମାଜିକ ନାଟକ କେତେ ଦୁଃଖ ଦେବୁ ଦେରେ କାଳିଆ ସ୍ଥାନୀୟ ବଡଦାଣ୍ଡଠାରେ ଶନିବାର ରାତିରେ ମଞ୍ଚସ୍ଥ ହୋଇଯାଇଛି । ନାଟ୍ୟକାର ସର୍ବେଶ୍ୱ୍ର ଦାଶଙ୍କ ନିଦେ୍ର୍ଦଶିତ ଉକ୍ତ ନାଟକର ଉଦଘାଟନୀ ଉତ୍ସବରେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, ଏନ୍ଏସି ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ ଓ ଉପାଧ୍ୟକ୍ଷା ଗିତାଞ୍ଜଳୀ ପାଢୀ, ବିଜେଡି ନଗର ସଭାପତି କେ.ତ୍ରିଲୋଚନ ଦୋରାଙ୍କ ସମେତ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିଥିଲେ । ପୋଲସରା ସମୀର ଚିତ୍ରାଳୟର ଆକର୍ଷଣୀୟ ଆଲୋକସଜ୍ଜା ସାଙ୍ଗକୁ ପ୍ରତାପ ଓ ମୁନିଙ୍କ ସଙ୍ଗୀତ ପରିବେଷଣରେ ଅନୁଷ୍ଠିତ ଉକ୍ତ ନାଟକକୁ ଦର୍ଶକ ମନଭରି ଉପଭୋଗ କରିଥିଲେ । ଉକ୍ତ ନାଟକ ପରି·ଳନାରେ ଶରତ ଚନ୍ଦ୍ର ମହାରଣା, ରମଣ ନାହାକ , ବସନ୍ତ ସ୍ୱାଇଁ , ଦୁଃଖା ପାତ୍ର , ଦିଲ୍ଲୀପ ସ୍ୱାଇଁ ପ୍ରମୁଖଙ୍କ ସକ୍ରିୟ ସହଯୋଗ ଦେଖିବାକୁ ମିଳିଥିଲା ।