ଆସ୍ଥା ହରାଇଛି ଓଡିଆ ସାହିତ୍ୟ-ଅସ୍ମିତା ପୀଠ : ସରକାରଙ୍କ ଦୃଷ୍ଟି ଆକର୍ଷଣ କଲା ଅଖିଳଚକ୍ର
ଯାଜପୁର : ଓଡିଆ ଅସ୍ମିତାର ଆହ୍ୱାନ ଦେଇ ଶାସନଗାଦୀ ଅଧିକାର କରିଥିବା ସରକାର ପୂରା ଗୋଟିଏ ବର୍ଷ ଅତିକ୍ରମ କରିଥିଲେ ହେଁ ଓଡିଆ ସାହିତ୍ୟର ଅସ୍ମିତାର ପୀଠ ସାହିତ୍ୟ ଏକାଡେମୀ ଏବେ ଆସ୍ଥା ହରାଇବା ସହ ସଙ୍କଟରେ ପଡିରହିଛି । ଜୁଲାଇ ୨୦୨୩ରୁ ତାହାର କାର୍ଯ୍ୟକାଳ ପୂରି ଯାଇଥିଲେ ହେଁ ନୂଆ ପରିଷଦ ଗଠନ ନିମନ୍ତେ ସରକାର ମନୋନିବେଶ କରୁନଥିବା ବଡ ଦୁଃଖର ବିଷୟ । ଏଥିପାଇଁ ଅଖିଳଚକ୍ର ଅନୁଷ୍ଠାନ ପକ୍ଷରୁ ସାଧାରଣ ସମ୍ପାଦକ ହରେକୃଷ୍ଣ ପଣ୍ଡା ମୁଖ୍ୟମନ୍ତ୍ରୀ, ସଂସ୍କୃତିମନ୍ତ୍ରୀ ଓ ସଚିବଙ୍କ ଦୃଷ୍ଟି ଆକର୍ଷଣ କରି କହିଛନ୍ତି ଯେ ଦୀର୍ଘ ୨ବର୍ଷ ହେବ ଓଡିଶା ସାହିତ୍ୟ ଏକାଡେମିର କାର୍ଯ୍ୟକାରୀ ପରିଷଦ ନଥିବା ବେଳେ, ସଭାପତି ଓ ଉପସଭାପତି ପଦ ଖାଲି ଏବଂ ଏହା ଏକପ୍ରକାର ମୁରବୀଶୂନ୍ୟ ହୋଇ ପଡିରହିଥିବା ବେଳେ ସାହିତ୍ୟ ଏକାଡେମିର ପ୍ରତିଷ୍ଠା ଦିବସ ପାଳନ କରାଯିବା ଏକ ପ୍ରହସନ । ଏହାବ୍ୟତୀତ ୨୦୧୭-୧୮ମସିହାରୁ ସାହିତ୍ୟ ଏକାଡେମୀ ପୁରସ୍କାର ସ୍ଥଗିତ ରହିଥିବା ଓଡିଶାର ସାହିତି୍ୟକ ମାନଙ୍କ ମନେବଳ ଭାଙ୍ଗି ଦେଇଛି । ସମଗ୍ର ଭାରତ ବର୍ଷରେ ଓଡିଶା ସାହିତ୍ୟ ଏକାଡେମୀ ବହୁ ପଛରେ । ଶାସ୍ତ୍ରୀୟ ମାନ୍ୟତା ପାଇବା ପରଠାରୁ ସରକାର ଓ ଏକାଡେମୀର ସ୍ଥାଣୁତା ପାଇଁ ଓଡିଆ ସାହିତ୍ୟ ଓ ଭାଷା ତଳକୁ ତଳ ଖସି ଚାଲିଛି । ଶ୍ରୀପଣ୍ଡା ଆହରୀମଧ୍ୟ ସରକାରଙ୍କୁ ଦର୍ଶାଇଛନ୍ତି ଯେ ସାହିତ୍ୟ ଏକାଡେମି ଦୀର୍ଘ ଦିନ ଧରି କେତେଜଣଙ୍କ ହାତମୁଠାରେ ବନ୍ଧାପଡିଛି । ଜିଲା ସ୍ତରରେ ମଧ୍ୟ ଜଣେ ବ୍ୟକ୍ତିଙ୍କୁ ବାରମ୍ବାର ପରିଷଦରେ ରଖା ଯାଉଥିବା ବେଳେ ଯୋଗ୍ୟ ବ୍ୟକ୍ତି ଏଥିରେ ସ୍ଥାନ ପାଉନାହାନ୍ତି ।
ଓଡିଶା ସାହିତ୍ୟ ଏକାଡେମୀର ସମଗ୍ର ପୁରସ୍କାରର ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ଭାବେ ଏକଚାଟିଆ ଓ ବ୍ୟକ୍ତିଗତ ବ୍ୟାପାରରେ ପରିଣତ କରାଯାଇଛି । ପୁରସ୍କାର ସମ୍ପର୍କୀତ ତଥ୍ୟର ଗୋପନ ରଖାଯାଇ ପାରୁନାହିଁ ତାହା ସବୁବର୍ଷ କେମିତି ପ୍ରଘଟ କରାଯାଉଛି । ଲେଖକଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ହେଉଛି ଯେଉଁ ପୁରସ୍କାର ନୀୟମାବଳୀ ଆଧାରରେ ଚୟନ ହୁଏ, ତାହା ସମ୍ବିଧାନ ଅନୁସାରେ ନହୋଇ ଅସାମ୍ବିଧାନିକ ଉପାୟରେ କରାଯାଇ ଆସୁଛି । ଏସମ୍ପର୍କରେ ଅଖିଳଚକ୍ର ପକ୍ଷରୁ ପ୍ରତିଷ୍ଠା ଦିବସ ପାଳନ ଉପଲକ୍ଷେ ଏକ ରାଜ୍ୟ ସ୍ତରୀୟ ଭରଚୁଆଲ ବିତର୍କର ଆୟୋଜନ କରଯାଇଥିଲା । ଏଥିରେ କବି ମୀନାକ୍ଷୀ ଦ୍ୱିବେଦୀ, ଲେଖକ ଭକ୍ତି ମହାନ୍ତି, ଲେଖିକା ନିର୍ମଳା ମିଶ୍ର, ଶିକ୍ଷାବିତ ଆଶାଲତା ପାଣ୍ଡବ, ସ୍ତମ୍ବକାର ଅନସୂୟା ମହାପାତ୍ର, ବିପ୍ଲବୀ କବି ଧନେଶ୍ୱର ରାଉତ, କବି ମନୋରମା ମିଶ୍ର, ପଣ୍ଡିତ ମହେଶ୍ୱର ନନ୍ଦ, ଡଃ ଅଶ୍ୱିନୀ କୁମାର ରାଉତ, ଲେଖିକା ମମତା ନାୟକ, କବି ବନମାଳୀ ସେନାପତି, କବି ଡ. ଶ୍ରୀହରି ଧଳ, ମମତା ଶୁଶାରୀ, କବି ସୁପ୍ରିୟା ମହାପାତ୍ର, ଲେଖକ ଶରତ କୁମାର ନାୟକ, କବି ସୁବାଷ ସାହାଣୀ, କବି ସଂଗଠକ ସନ୍ତୋଷ କୁମାର ବେଉରିଆ, କବୟିତ୍ରୀ ବନଜା ସାମଲ, କବି ନିଖିଳେଶ ମହାନ୍ତି, ସଂଗଠକ ସତ୍ୟରଞ୍ଜନ ସ୍ୱାଇଁ, ସମାଜସେବୀ ପ୍ରମୋଦ ପଟ୍ଟନାୟକ, ସମ୍ପାଦିକା ବ୍ରଜେଶ୍ୱରୀ ସିଂହ, ଲେଖିକା ଶିଖା ମହାପାତ୍ର କବୟିତ୍ରୀ ଅମ୍ରିତା ସିଂହ, ବିଶିଷ୍ଠ ସ୍ତମ୍ଭକାର ଶ୍ରୂତକୀର୍ତି ତ୍ରୀପାଠୀ ପ୍ରମୁଖ ମତାମତ ଦେଇ ଓଡିଶା ସାହିତ୍ୟ ଏକାଡେମୀ, ସଂସ୍କୃତି ଏକାଡେମୀ, ବିଜ୍ଞାନ ଏକାଡେମୀ ଓ ଭାଷା ସୁରକ୍ଷା ପରିଷଦକୁ ହସ୍ତମୁଦ ମାହାଲ ଠାରୁ ମୁକ୍ତକରି ଏହାକୁ ସାର୍ବଜନୀନ କରିବାକୁ ଏବଂ ଓଡିଆ ଜାତିର ମର୍ଯ୍ୟାଦା ବୃଦ୍ଧି କରିବା ପାଇଁ ଏବେକାର ସରକାର ଯନôବାନ ହେବାକୁ ଆଶାପୋଷଣ କରିଛନ୍ତି । ଓଡିଶାର ଅଗ୍ରଣୀ ସାରସ୍ୱତ ଅନୁଷ୍ଠାନକୁ ଏଥିରେ ସାମିଲ କରାନଗଲେ ସେମାନଙ୍କୁ ପ୍ରୋସôାହିତ କରାନଗଲେ ଭାଷା ସାହିତ୍ୟର ସୁରକ୍ଷା ଅସମ୍ବବ ହୋଇ ପଡିବ ବୋଲି ଅଖିଳଚକ୍ର ପକ୍ଷରୁ ସରକାରଙ୍କୁ ଚେତାବନୀ ଦିଆଯାଇଛି ।