ପ୍ରଦୂଷଣ ବିଷ ବଳୟରେ ସୁଆଁଲ ଓ ମାନପୁର ଗାଁ
ଦାନଗଦୀ: ଶିଳ୍ପ ଜନିତ ପ୍ରଦୂଷଣର ଶିକାର ହେଉଛନ୍ତି ଶିଳ୍ପନଗରୀ କଳିଙ୍ଗନଗର ପାର୍ଶ୍ୱବର୍ତୀ ଗାଁବାସୀ । ମାତ୍ରାଧିକ ବାୟୁ ଓ ଜଳ ପ୍ରଦୂଷଣରୁ ଗଲାଣି ଶହଶହ ମୁଣ୍ଡ । ଦାନଗଦୀ ବ୍ଲକ ଅନ୍ତର୍ଗତ ଧୂଳିଗଡ଼ ପଞ୍ଚାୟତର ସୁଆଁଲ ଓ ମାନଗୋବିନ୍ଦପୁର ଗାଁ ବାସୀ ପ୍ରଦୂଷଣର ବିଷ ପିଇ ଦୁଇ ବର୍ଷରେ ୧୪୦ ଜଣ ମୃତୁ୍ୟ ବରଣ କରିଥିବା ବେଳେ ଏକାଧିକ ଶଯ୍ୟାଶାୟୀ ହୋଇ ଜୀବନ-ମରଣ ସହ ଲଢେଇ କରୁଛନ୍ତି ।
ସୁଆଁଲ ଗାଁଟି ଏବେ ଧୂଳିର ଚାଦର ତଳେ ଘୋଡାଇ ହୋଇ ରହୁଥିବା ବେଳେ ରୋଗ ଶଯ୍ୟାରେ ଶଯ୍ୟାଶାୟୀ ସୁଆଁଲ ଗାଁ କହିଲେ ଅତିକ୍ତୁ୍ୟ ହେବ ନାହିଁ । ସୁଆଁଲ ଗାଁଟିରେ ସଂଖ୍ୟାଧିକ ଲୋକ ଆଦିବାସୀ ଓ ଦଳିତ ବର୍ଗର । ପ୍ରାୟତଃ ଅଧିକାଂଶ ଦିନ ମଜୁରିଆ ଗାଁରେ ଥିବା ଗୁଳାସାହି ଏକ ପ୍ରକାର ପୁରୁଷ ଶୂନ୍ୟ ହେବାକୁ ବସିଲାଣି । ଜଣଙ୍କର ଶୁଦ୍ଧିକ୍ରିୟା ସରୁ ସରୁ ଆଉ ଏକ ମୁଣ୍ଡ ନେଉଛି ପ୍ରଦୂଷଣ । ଏହି ଗାଁରେ ବିଧବା ଓ ଅନାଥ ପିଲାଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ସେମାନଙ୍କ ଦୁଃଖ କହିଲେ ନସରେ । ବାପା ମା’ଙ୍କର ପରଲୋକ ପରେ କୋମଳମତି ପିଲାମାନଙ୍କର ଭବିଷ୍ୟତ ଅନ୍ଧକାର ଭିତରକୁ ଠେଲି ହୋଇଯାଉଛି । ପଥଭ୍ରଷ୍ଟ ହୋଇ ଶିଶୁ ଶ୍ରମିକ ଭାବେ ବାହାରକୁ ଦାଦନ ଖରିବାକୁ ଚାଲିଯାଉଛନ୍ତି । ଆଉ କିଛି ଶିଶୁ ସୁକିନ୍ଦା ରୋଡ ରେଳ ସାଇଡଙ୍ଗରେ କୋଇଲା ଗୋଟାଇ ନିଜର ପେଟ ପାଇଁ ଦାନା ଯୋଗାଡ଼ କରୁଛନ୍ତି । ଏସବୁର ମୁଖ୍ୟ କାରଣ ହେଲା କଳିଙ୍ଗନଗର କାରଖାନାକୁ ଆସୁଥିବା କଞ୍ଚାମାଲ କୋଇଲା, ଚୂନ ପଥର, କ୍ଲିଙ୍କର, କ୍ରୋମଇଟ, ଲୁହାପଥର । ସୁଆଁଲ ଗାଁକୁ ଲାଗିରହିଥିବା ସୁକିନ୍ଦା ରୋଡ ରେଳ ଷ୍ଟେସନ ସାଇଡିଙ୍ଗରେ ଖଲାସ ହୋଇ ହାଇୱା ଓ ଡମ୍ଫରରେ କାରଖାନା ଭିତରକୁ ପରିବହନ ଦିନ ରାତି ୨୪ ଘଣ୍ଟା ହୁଏ । ଯାହାଫଳରେ ମାତ୍ରାଧିକ ଧୂଳି, କୋଇଲା, ଚୂନ ପଥର ଗୁଣ୍ଡ ଉଡି ପାଖରେ ଥିବା ନୀଳପଦା, ମୁଣ୍ଡାସାହି, ଗୁଳା ସାହି, ବେହେରା ସାହି, ସୁଆଁଲର ଗଛପତ୍ର, ଘର ଦ୍ୱାର, କୂଅ ପୋଖରୀରେ ପଡ଼ି ବାୟୁ ଜଳ ପ୍ରଦୂଷିତ ହୁଏ । ଯାହା ଫଳରେ ଦୁଇ ବର୍ଷ ଭିତରେ ୧୪୦ରୁ ଅଧିକ ଲୋକ ବିଭିନ୍ନ ରୋଗରେ ପଡ଼ି ମୃତୁ୍ୟ ବରଣ କଲେଣି । ମୁଖ୍ୟତଃ କିଡୀନି, ଯକ୍ଷ୍ମା, ପେଟ ରୋଗରେ ଆକ୍ରାନ୍ତ ହୋଇ ପ୍ରାଣ ହରାଉଛନ୍ତି ଆଦିବାସୀ ଓ ଦଳିତ ପରିବାର ସଦସ୍ୟ । ଯେଉଁ ସବୁ କଞ୍ଚମାଲ ଏହି ରେଲୱେ ପ୍ଲଟରେ ଗଦା ହେଉଛି ତାହା ଖୋଲା ସ୍ଥାନରେ ପଡୁଛି । ଯାହା ଅନଲୋଡିଂ ଓ ଲୋଡ଼ିଂ ସମୟ ଛଡ଼ା ପବନରେରେ ଉଡ଼ୁଛି । ହେଲେ ରେଲୱେ କର୍ତ୍ତୁପକ୍ଷ କୁହ କି ପରିବହନ ଠିକାଦାର କି ପ୍ରଦୂଷଣ ବିଭାଗ ବା ଜିଲ୍ଲା ପ୍ରଶାସନ ପ୍ରଦୂଷଣକୁ ରୋକିବା ଦିଗରେ ନେଉ ନାହାନ୍ତି କୌଣସି ଠୋସ ପଦକ୍ଷେପ । ଖାସ ଏହି କାରଣରରୁ ଦୁଇବର୍ଷ ମଧ୍ୟରେ ପାର୍ବତୀ ମୁଣ୍ଡା, ଗଣେଷ ମୁଣ୍ଡା, ଟୁକୁନା ନାଏକ,କୁନି ନାଏକ, ମାଧ ମୁଣ୍ଡା, ମୋହନ ମୁଣ୍ଡା, ରାଜୀବ ନାୟକ, ଟୁରା ନାଏକ, ବୁଦୁନୀ ମୁଣ୍ଡା, ସୁବ୍ରଣ ପାତ୍ର, ଗୋପଳ ନାୟକ, ବୈରାଗୀ ମୁଣ୍ଡା, ବିର୍ସା ନାଏକ, ଗୁଞ୍ଜର ନାଏକ, ହୁନା ନାଏକ, ଗଙ୍ଗାଧର ନାଏକ, ରଇବାରୀ ମୁଣ୍ଡା ସୁକାନ୍ତି ମୁଣ୍ଡା, ପାଗଳ ପାତ୍ର, ସାର ନାଏକ, ସଦନ ମୁଣ୍ଡା, ତୁଳସୀ ମୁଣ୍ଡା, ରଇବାରୀ ନାଏକ, ଜେମା ନାଏକ, ସୋରେନ ମୁଣ୍ଡା,ସୁମିତ୍ରା ମୁଣ୍ଡା, ସପନୀ ମୁଣ୍ଡା, ରୁପା ମୁଣ୍ଡା, ରାମଚନ୍ଦ୍ର ନାଏକ, ଲାଲ ଦେଓ ମୁଣ୍ଡା, ନୀଳମାଧବ ଦାସ, ଚେମା ନାଏକ, ହାଡିବନ୍ଧୁ ନାଏକ, ସନିଆ ନାଏକ, ଗୁରୁବା ନାଏକ, ପାଲ ମୁଣ୍ଡା, ବନମାଳୀ ପାତ୍ର, ମାଙ୍ଗ ନାୟକ, ଦୀନବନ୍ଧୁ ପାତ୍ର, ଗୋପୀ ମୁଣ୍ଡା, ପିଣ୍ଟୁ ମହାକୁଡ଼, ମାନୀ ପୂର୍ତୀ, ଚନ୍ଦନ ନାୟକ, ଚନ୍ଦ୍ରକାନ୍ତ ପାତ୍ର, କୃଷ୍ଣ ଚନ୍ଦ୍ର ବାରିକ, ଟୁନା ନାୟକ, ବୁଦୁନୀ ମୁଣ୍ଡା, କୁନି ମୁଣ୍ଡା, ସମ୍ବାରି ନାୟକ, ରାଜୁ ମୁଣ୍ଡା, ଉଦିଆ ମୁଣ୍ଡା, ରସିକ ନାୟକ, ଦୁଃଖିଆ ଦାସ, ବଟିଆ ନାୟକ, ଦାମୁ ସଏ, ମଦନ ମୁଣ୍ଡା, ରଥିଆ ମୁଣ୍ଡା, ଦୀନବନ୍ଧୁ ନାୟକ, ଧନେଶ୍ୱର ବେହେରା, ରିଧୁ ମୁଣ୍ଡା, ସନିଆ ନାୟକ, ସୁକେଦେବ ନାୟକ, ଅଶୋକ ବେହେରା, କନ୍ଦା ମୁଣ୍ଡା, ଛୋଟି ପାତ୍ର, ଭୀମ ସିଂ ମୁଣ୍ଡା, ଲାଗ ମୁଣ୍ଡା, ଜାମ୍ବି ମୁଣ୍ଡା,ଦେବାନନ୍ଦ ମୁଣ୍ଡା, ବେଙ୍ଗ ପାତ୍ର, ଗଙ୍ଗା ମୁଣ୍ଡା, ଗୋବିନ୍ଦ ମୁଣ୍ଡା, ରାଜୁ ମୁଣ୍ଡା, ପଂଚୁୂଆ ବେହେରା, ଗେଡି ନାୟକ, କୋକିଳ ନାୟକ, ଭାରତୀ ମୁଣ୍ଡା, ସୁର ସିଂ ମୁଣ୍ଡା, ଶାନ୍ତି ମୁଣ୍ଡା, ଭୀମ ସିଂ ମୁଣ୍ଡା, ଦନେଇ ମୁଣ୍ଡା, ଡାଳିମ୍ବ ପାତ୍ର, ମାଳତୀ ମୁଣ୍ଡା, ବୈରାଗୀ ମୁଣ୍ଡା, ଭରତ ବେହେରା, ଜେମା ନାୟକ, ପାର୍ବତୀ ପାତ୍ର, ଝୁନୁ ନାୟକ, ବେଲ ମୁଣ୍ଡା, ବାଲମା ମୁଣ୍ଡା, ଶିବ ମୁଣ୍ଡା, ମହେଶ୍ୱର ମୁଣ୍ଡା, ବିଜୟ ନାୟକ, ସାବିତ୍ରୀ ପାତ୍ର, ପିଅନ ପାତ୍ର, ଜଳଧର ନାୟକ, ସୁନି ନାୟକ, ସମ୍ବାରି ମୁଣ୍ଡା, ଶଶୀ ପାତ୍ର, ଗୁରୁବାରୀ ମୁଣ୍ଡା, ମାଳତୀ ମୁଣ୍ଡା, କାଇରା ମୁଣ୍ଡା, ବୁଦ୍ଧିଆ ମୁଣ୍ଡା, ରାଂଚି ହାଁସଦା, ଲେମ୍ବୁ ମୁଣ୍ଡା, ଜୀବନ ମୁଣ୍ଡା, ଲକ୍ସମ ପୂର୍ତୀ, ନାରଣ ନାୟକ, ସୁବୁନି ମୁଣ୍ଡା, କରୁଣା ମୁଣ୍ଡା, ବୁଢା ମୁଣ୍ଡା, ବଜେନ୍ଦ୍ର ନାୟକ, ମୋହନ ମୁଣ୍ଡା, ଝୁଲା ନାୟକ, ଅମୂଲ୍ୟ ନାୟକ, ସାବିତ୍ରୀ ଭୋଇ, ସମ୍ବାରିଆ ପାତ୍ର, ସବିତା ନାୟକ, ମିଥୁନ ନାୟକ, ନରିଆ ନାୟକ, ଭାଗିରଥି ନାୟକ, ରଙ୍ଗା ମୁଣ୍ଡା, ନରହରି ନାୟକ, ରବୀନ୍ଦ୍ର ନାୟକ, ଗୋପାଳ ମୁଣ୍ଡା, ଅର୍ଜୁନ ନାୟକ, ଶାନ୍ତି ମୁଣ୍ଡା, ଦୌରପଦୀ ନାୟକ, ସୋନନାୟକ, ବୋଧି ରାମ ପାତ୍ର, ରଜନୀ ନାୟକ, ଜଟିଆ ମୁଣ୍ଡା, ସରତୀ ନାୟକ, ଗୁରୁବାରୀ ମୁଣ୍ଡା, ମୋହନ ପାତ୍ର, ଏମାନେ ମୃତୁ୍ୟ ବରଣ କରିଥିବା ବେଳେ କାଁହ୍ନ ନାୟକ, ନିତ୍ୟାନନ୍ଦ ନାୟକ ପରି ୨୦ ଜଣ ଶଯ୍ୟାଶାୟୀ ଅଛନ୍ତି । ଏହି ଗାଁରେ କମ୍ପାନୀ ମାନଙ୍କ ପକ୍ଷରୁ କୌଣସି ସ୍ୱାସ୍ଥ୍ୟ ଶିବିର ହେଉନାହିଁ । ପ୍ରଦୂଷିତ ଗାଁଟିକୁ ପ୍ରଦୂଷଣ ବିଭାଗ କି ଶ୍ରମିକ ନେତା, ରାଜନେତା, କମ୍ପାନୀ କର୍ତ୍ତୃପକ୍ଷ, ରେଳ ବିଭାଗ ବିସ୍ଥାପନ କି କୌଣସି ପ୍ରତିକାର ବ୍ୟବସ୍ତା ନ କରନ୍ତି ତାହେଲେ ଏସାହି ଗୁଡିକ ଜନଶୂନ୍ୟ ହୋଇଯିବ । ପ୍ରଦୂଷଣରେ ନିଶ୍ଚିନ୍ନ ହୋଇଯିବ ପରିବାର ଏଥିରେ ତିଳେ ମାତ୍ର ସନେ୍ଦହ ନାହିଁ ।