ପୁଣି ସକ୍ରିୟ ହେଲେଣି ନୀଳପଥର ମାଫିଆ ,ଟେର୍ ପାଉନି ପୁଲିସ୍ କି ବନ ବିଭାଗ
ାା ପ୍ରଭାନୁ୍ୟଜ ।ା କାଳିଆପାଣି: ସୁକିନ୍ଦା ଖଣି ଉପତ୍ୟକାରେ ଭରି ରହିଛି ଅନେକ ପ୍ରକାରର ବହୁ ମୂଲ୍ୟ ଧାତୁ । ଏକାଧିକ ଧାତୁ ସୁକିନ୍ଦାକୁ ଦେଶ ବିଦେଶରେ ପରିଚିତ କାରାଇଛି । ସେଥିମଧ୍ୟରୁ କ୍ରୋମର ଚାହିଦା ବେଶ୍ ଅଧିକ ହୋଇଥିବା ବେଳେ ଅନ୍ୟାନ୍ୟ ଧାତୁ ମଧ୍ୟ ସୁକିନ୍ଦା ଉପତ୍ୟକାରେ ଗଚ୍ଛିତ ରହିଛି ସେଥି ମଧ୍ୟରୁ ଦେଶ ବିଦେଶରେ ନିଳପଥରର ଚାହିଦା ବେଶ୍ ରହିଥିବାରୁ ଚୋରା କାରବାର ବୃଦ୍ଧି ପାଇଥିବାର ଦେଖିବାକୁ ମିଳୁଛି । ଏହି ନୀଳପଥର ମାଇନିଂ ମିନେରାଲ ଅନ୍ତର୍ଭୁକ୍ତ ହୋଇନଥିଲେ ମଧ୍ୟ ବେଶ୍ ମୂଲ୍ୟବାନ । ଏଣୁ ଏହାର ଚୋରା କାରବାର ବୃଦ୍ଧି ପାଉଛି । ୬/୭ବର୍ଷ ପୂର୍ବରୁ ଟିକରପଡ଼ା ପାହାଡରୁ କାଳିଆପାଣି ପୁଲିସ ପ୍ରଶାସନ ଏକ ନିଳପଥର ବୋଝେଇ ପିକଅପ୍ ଗାଡିକୁ ଜବତ କରିଥିଲା । ଏକ ବର୍ଷ ତଳେ ଦାନଗଦୀ ଅଞ୍ଚଳରୁ ଏକ ପିକଅପ୍ ଯୋଗେ ନିଳପଥର କଣ୍ଟେନରରେ ବୋଝେଇ ହେଉଥିବା ସମୟରେ ଦାନଗଦୀ ପୁଲିସ୍ ପ୍ରଶାସନ ଚଢ଼ାଉ କରି ଗାଡି ଓ କଣ୍ଟେନରକୁ ଜବତ ଜବତ କରିଥିଲା । ଏହି ଘଟଣାକୁ ବର୍ଷେ ବିତିଯାଇଥିଲେ ମଧ୍ୟ ବର୍ତ୍ତମାନ ପୁଣି ନିଳପଥର ମାଫିଆ ମାନେ ସକ୍ରିୟ ହେଲେଣି ବୋଲି ଅଞ୍ଚଳର ଏକାଧିକ ଲୋକମାନେ ନିଜ ନାମ ଗୋପନ ରଖି ଅଭିଯୋଗ କରିଛନ୍ତି । ଗାଁର ଲୋକଙ୍କୁ ଢାଲ କରି ଦିନରେ ଗାଁ ଲୋକ ମାନେ ପାହାଡ ଉପରକୁ ଯାଇ ସେଠାରୁ ନିଳପଥର ସଂଗ୍ରହ କରି ପାହାଡ ତଳକୁ ଆଣି ରଖୁଛନ୍ତି । ତଳକୁ ଆଣି ସାରିବା ପରେ କ୍ରୟବିକ୍ରୟ ହୁଏ । ବିଳମ୍ବିତ ରାତ୍ରୀରେ ମାଫିଆ ଗାଡିରେ ବୋଝେଇ କରି ନେବାକୁ ସଫଳ ହେଉଛନ୍ତି । ବନ ବିଭାଗ ଓ ପୁଲିସ ପ୍ରଶାସନର ଅବହେଳା ହେଉ କି ଜାଣତରେ ହେଉ । ପ୍ରଶାସନର ଅବହେଳା ଯୋଗୁଁ ଏହି ମୂଲ୍ୟବାନ ଧାତୁ ଆଜି ଲୁଟ ହେଉଛି । ଅବାଧରେ କୋଟି କୋଟି ଟଙ୍କାର ନିଳପଥର ଲୁଟ ହେଉଛି । ନୀଳପଥର କିଣା ବିକାର ସଉଦା ହେଉଥିବା ସ୍ଥାନ ଠାରୁ ଦୁଇ କିଲୋମିଟର ଦୂରରେ ଅବସ୍ଥିତ ବନବିଭାଗର ବିଟ୍ ହାଉସ । କୌଣସି ଏକ ମାଫିଆ ରାକେଟ ବିଧିବଦ୍ଧ ଭାବରେ ଏହାକୁ ଲୁଟ କରିବାରେ ସଫଳ ହେଉଥିବା ବେଳେ ବନବିଭାଗ ଓ ପୁଲିସ ପ୍ରଶାସନର ନିରବତା ସନେ୍ଦହ ଘେର ଆଡ଼କୁ ଯାଉଥିବା ବେଳେ ଏନେଇ କଂସ ବନ ବିଭାଗ ଅଧିକାରୀ ପରେଶ୍ ସାହୁଙ୍କ ମତାମତ ପାଇ ଫୋନ୍ କରିଥିଲେ ମଧ୍ୟ ସମ୍ଭବ ହୋଇନଥିଲା ।