ଛଟେଇ ଶ୍ରମଜୀବୀଙ୍କୁ ଠକୁଛି ଏଲମେକ ଠିକାସଂସ୍ଥା
ଦାନଗଦୀ: କଳିଙ୍ଗନଗର ଶିଳ୍ପାଞ୍ଚଳ ସ୍ଥିତ ଏଲମେକ ଇଞ୍ଜିନିୟରିଂରେ କାମ କରି ଜଣେ କର୍ମଚାରୀ ହତାଶ ହୋଇପଡ଼ିଥିବା ବେଳେ, ନ୍ୟାୟ ନିବେଦନ କରିଛନ୍ତି । କର୍ମଚାରୀ କଟକ ଅଞ୍ଚଳର ଯୋଗେନ୍ଦ୍ର ପରିଡାଙ୍କର ପୁଅ ବିଜୟ ହୋଇଥିବା ବେଳେ, ତାଙ୍କ ଅଭିଯୋଗ ମତେ କଳିଙ୍ଗନଗର ଶିଳ୍ପାଞ୍ଚଳ ଜିନ୍ଦଲ କାରଖାନାରେ ଏଲେମେକ ଇଞ୍ଜିନିୟରିଂ ନାମକ ଠିକା ସଂସ୍ଥା ଅଧୀନରେ ଅପେରେଟର ଭାବେ ଦୀର୍ଘ ସାତ ବର୍ଷ ହେବ କାମ କରୁଥିଲେ । ଆଜକୁ ଆଠ ମାସ ହେବ ସେ ଠିକାଦାର ତାଙ୍କୁ କାମରୁ ବାହାର କରିଦେଲେ । କିନ୍ତୁ ଦୁର୍ଭାଗ୍ୟର କଥା ତାଙ୍କର ଫୁଲ ଏବଂ ଫାଇନାଲ ପାଉଣା ଆଜି ପର୍ଯ୍ୟନ୍ତ ଠିକାସଂସ୍ଥା ଦେଉନାହାନ୍ତି । ତାଙ୍କର ଅଭିଯୋଗ କ୍ରମେ ସେ ଗ୍ରାଚୁଈଟ ଓ ତିନି ମାସର ନୋଟିସ ପେ ପାଇବା ପାଇଁ ଠିକାଦାରଙ୍କ ପାଖକୁ ବାରମ୍ବାର ଦୌଡି ଦୌଡି ନିରାଶ ହେବା ପରେ ଯାଜପୁର ରୋଡ଼ ସ୍ଥିତ ଯୁଗ୍ମ ଶ୍ରମ ଆୟୁକ୍ତ ଓ କର୍ମଚାରୀ କ୍ଷତି ପୂରଣ ଆଯୁକ୍ତଙ୍କ କାର୍ଯ୍ୟାଳୟକୁ ନ୍ୟାୟ ପାଇବା ପାଇଁ ଲିଖିତ ଅଭିଯୋଗ ଦେଇଥିଲେ । ବାରମ୍ବାର ଦୀର୍ଘ ସାତ ମାସରୁ ଉର୍ଦ୍ଧ ହେବ ଦୌଡ଼ି ଦୌଡି ଏ ଅଫିସରେ ନ୍ୟାୟ ମିଳୁନାହିଁ । ଦୀର୍ଘ ମାସ ଦୌଡ଼ି ଦୌଡି ସେ ଖର୍ଚ୍ଚାନ୍ତ ହେଲେଣି । ତେଣୁ ଯଦି ତାଙ୍କୁ ନ୍ୟାୟ ନ ମିଳେ ତାହେଲେ ଶ୍ରମ ଅଫିସ ସମ୍ମୁଖରେ ଆତ୍ମହୁତି ଦେବା ପାଇଁ ଚେତାବନୀ ଦେଇଛନ୍ତି ।ଏ ବିଷୟରେ ଜିଲ୍ଲା ଶ୍ରମ ଅଧିକାରୀ ସୁଧୀରକୁମାର ସାହୁଙ୍କୁ ପଚାରିବାରୁ ସେ କହିଲେ ସେ ନିଶ୍ଚିତ ନ୍ୟାୟ ପାଇବେ । ଏ କେସ ସମାଧାନ ଏକ ଦୀର୍ଘ କାଳୀନ ପ୍ରକ୍ରିୟା । ସମୟ ଲାଗିବ ତେଣୁ ଆମେ ନିଶ୍ଚିତ ତାଙ୍କୁ ନ୍ୟାୟ ଦେବୁ । ଦେଖାଯାଉ ଶ୍ରମିକ ଜଣଙ୍କୁ ନ୍ୟାୟ ପାଇବା ପାଇଁ ଆଉ କେତେ ଦିନ ଦୌଡ଼ିବାକୁ ପଡୁଛି ଆଉ ନ୍ୟାୟ ପ୍ରଦାନ ପାଇଁ କେତେ ଦିନ ସମୟ ଲାଗୁଛି ।