ସର୍ପାଘାତରେ ଦୁଗ୍ଧ ବ୍ୟବସାୟୀ ମୃତ
ଆନନ୍ଦପୁର: ବାଉଁଶଗଡ଼ ପଞ୍ଚାୟତ ବାଂଖିଡି ଗ୍ରାମର ଚୈତନ୍ୟ ସାମଲଙ୍କ ପୁଅ ଶରତ(୫୦)ଙ୍କ ସର୍ପାଘାତରେ ମୃତୁ୍ୟ ଘଟିଛି । ଆନନ୍ଦପୁର ମେଡିକାଲରେ ତାଙ୍କର ଜଣେ ସମ୍ପର୍କୀୟଙ୍କ ମୃତୁ୍ୟ ଖବର ପାଇ ସ୍ୱର୍ଗତ ଶରତ ତାଙ୍କୁ ଶେଷ ଦର୍ଶନ କରି ଘରକୁ ଫେରି ବିଲରେ ଧାନ କଟା ହେଉଥିବାରୁ ବିଲକୁ ଯାଇଥିଲେ । ଉଦେଶ୍ୟ ଥିଲା କିଛି ସମୟ ବିଲରେ ରହି ଘରକୁ ଫେରି କ୍ଷୀର ଏବଂ ଛେନା ଧରି ଆନନ୍ଦପୁର ଅସିଥାନ୍ତେ । ମାତ୍ର ବିଧିର ବିଧାନଥିଲା ଅଲଗା । ବିଲରେ ଠିଆ ହୋଇଥିବା ବେଳେ ତାଙ୍କୁ ବିଷଧର ସାପ କାମୁଡି ଦେଇଥିଲା । ଯଦ୍ୱାରା ସେ ବେହୋସ ହୋଇଯାଇଥିଲେ । ପରିବାର ଲୋକେ ତାଙ୍କୁ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସ୍ୱର୍ଗତ ସାମଲ ଜଣେ ମିଷ୍ଟ ଭାଷୀ ଏବଂ ମେଳାପି ଏବଂ ପରିବାର ଏକ ମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ ।