୩୫ ତମ ଜାତୀୟ ବାଣିଜ୍ୟ ମେଳା ଆରମ୍ଭ
ବ୍ୟାସନଗର: ଉଦ୍ଘାଟିତ ହୋଇଛି ୩୫ତମ ଜାତୀୟ ବାଣିଜ୍ୟ ମେଳା । ପୌରାଞ୍ଚଳର ଗୋଶାଳା ପ୍ରଦର୍ଶନୀ ପଡିଆରେ ଉଦ୍ଘାଟିତ ମେଳା ଡିସେମ୍ବର ୫ ତାରିଖ ପର୍ଯ୍ୟନ୍ତ ଚାଲିବ । ମେଳାକୁ ଭାରତ ସରକାରଙ୍କ ହସ୍ତଶିଳ୍ପ ବିକାଶ ଆୟୂକ୍ତର ବରିଷ୍ଠ ଅଧିକାରୀ ଶୁଭଜିତ୍ କର୍ମକାର ଓ ପମେନ୍ଦ୍ର ସିଂ ସିହ୍ନା ଉଦଘାଟନ କରିଥିଲେ । ବାଣିଜ୍ୟ ମେଳା କମିଟିର ସଭାପତି ଜିତେନ୍ଦ୍ର ପଢ଼ିଆରୀ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍ଘାଟନି ଉସôବରେ ଶୁଭାଶିଶ ରାଉତ, ସଂଗ୍ରାମ କେଶରୀ ରାଉତ ଉପସ୍ଥିତ ଥିଲେ । କମିଟିର ସଦସ୍ୟ ଗୋବିନ୍ଦ ଚନ୍ଦ୍ର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।ଉଦ୍ଘାଟନ ଦିବସରେ ସୁଶ୍ରୀ ଶୁଭଲକ୍ଷ୍ମୀ ସ୍ୱାଇଁ ଓ ସହଯୋଗୀ କଳାକାରଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟ "ଦଶ ଅବତାର" ପରିବେଷଣ କରାଯାଇ ଦର୍ଶକଙ୍କ ମନ ମୁଗ୍ଧ କରିଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମରେ ସ୍ଥାନୀୟ କଳାକାର ମାନଙ୍କୁ ନେଇ ଏକ ଚିତାକର୍ଷକ "ରଙ୍ଗ ଶିରିକ ନୃତ୍ୟ କାର୍ଯ୍ୟକ୍ରମ’ବିଭିନ୍ନ ଦିବସରେ ‘ଅକ୍ଷୟ ମଣ୍ଡପ’ରେ ଅନୁଷ୍ଠିତ ହେବ । ଏହାବ୍ୟତୀତ ରାଜ୍ୟ ଏବଂ ରାଜ୍ୟ ବାହାରର ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମମାନ ସ୍ଥାନ ଦିଆଯାଇଛି । ଭାରତ ସରକାରଙ୍କ ହସ୍ତଶିଳ୍ପ ବିକାଶ ଆଯୁକ୍ତଙ୍କ ପକ୍ଷରୁ ବିଭିନ୍ନ ରାଜ୍ୟର କୁଶଳୀ କାରିଗର ସେମାନଙ୍କ ହସ୍ତ ଶିଳ୍ପ ପ୍ରଦର୍ଶନ କରିବେ । ଭାରତ ସରକାରଙ୍କ ସଂସ୍କୃତି ବିଭାଗ ତରଫରୁ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡର ସାଂସ୍କୃତିକ ଦଳ ଡିସେମ୍ବର ୧ ରୁ ୫ ତାରିଖ ପର୍ଯ୍ୟନ୍ତ ମେଳାରେ ସେମାନଙ୍କର କଳା ପ୍ରଦର୍ଶନ କରିବେ ।