ସିକୁ୍ୟରିଟି ଗାର୍ଡଙ୍କ ସନେ୍ଦହଜନକ ମୃତୁ୍ୟ
ଆନନ୍ଦପୁର : ଆନନ୍ଦପୁର ପୌରପରିଷଦ ଅନ୍ତର୍ଗତ ପଦ୍ମପୁର ଠାରେ ଥିବା ମେଘା କମ୍ପାନୀରେ କାର୍ଯ୍ୟରତ ସିକୁ୍ୟରିଟି ଗାର୍ଡଙ୍କର ସନେ୍ଦହଜନକ ମୃତୁ୍ୟ ଘଟିଛି । ସୂଚନା ଅନୁଯାୟୀ, ଉକ୍ତ କମାନୀରେ ଏପି ସିକୁ୍ୟରିଟି ସଂସ୍ଥା ପକ୍ଷରୁ ପଦ୍ମପୁର ଗ୍ରାମର ଚୈତନ୍ୟ ସାହୁଙ୍କ ପୁଅ ଶୁକଦେବ ସାହୁ ପାଖା ପାଖି ଦୁଇ ବର୍ଷ ହେବ ଚାକିରି କରୁଥିଲେ । ୧୨ ଘଣ୍ଟିଆ ଡୁ୍ୟଟି ଥିବା ଯୋଗୁଁ ଶୁକଦେବଙ୍କର ଗତ କାଲି ରାତି ୮ ଘଟିକାରୁ ସକାଳ ୮ ଘଟିକା ପର୍ଯ୍ୟନ୍ତ ଡୁ୍ୟଟି ଥିବାରୁ ସେ ଡୁ୍ୟଟି କରୁଥିଲେ । ତେବେ ଆଜି ସକାଳେ ମେଘା କମ୍ପାନୀ କ୍ୟାମ୍ପାସ ବାହାରେ ଏକ ପରିତ୍ୟକ୍ତ ସ୍ଥାନରେ ତାଙ୍କର ମୃତ ଦେହ ପଡ଼ିଥିବା କିଛି ବ୍ୟକ୍ତି ଦେଖି ଶୁକଦେବଙ୍କ ଘରକୁ ଏବଂ ଥାନାକୁ ଖବର ଦେଇଥିଲେ । ପରିବାର ଲୋକେ ଏବଂ ପୋଲିସ ଘଟଣାସ୍ଥଳରେ ପହଞ୍ଚôଥିଲେ ମଧ୍ୟ ମେଘା କମ୍ପାନୀର କୌଣସି ପଦସ୍ଥ କର୍ମଚାରୀ କିମ୍ବା ଏପି ସିକୁ୍ୟରିଟି ସଂସ୍ଥାର କୌଣସି କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନଥିବାରୁ ଲୋକେ ମୃତଦେହକୁ ଛାଡି ନଥିଲେ । ତବେ ପାରିପାର୍ଶ୍ୱିକ ଅବସ୍ଥାରୁ ଏହା ଏକ ହତ୍ୟାକାଣ୍ଡ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି । ମୃତ ସିକୁ୍ୟରିଟି ଗାର୍ଡ ଶୁକଦେବଙ୍କ ମୁଣ୍ଡ ଏବଂ ମୁହଁ ରେ ଗଭୀର ଆଘାତ ଲାଗିଥିବା ବେଳେ ରକ୍ତସ୍ରାବ ହେଉଛି । ସେହିପରି ଶୁକଦେବ ରାତିରେ ମରିଥିବା ଏବଂ ପ୍ରତୁ୍ୟଷର ଲୋକମାନେ ମୃତ ଶରୀରକୁ ଦେଖି ଥାନାକୁ ଖବର ଦେଇଥିବା ବେଳେ ତାଙ୍କ ସହିତ ରାତ୍ରିରେ ଡୁ୍ୟଟି କରୁଥିବା ଅନ୍ୟତମ ସିକୁ୍ୟରିଟି ଗାର୍ଡ ତୋଫାନ ନାଏକ ଡୁ୍ୟଟି ସରିବା ରେଜିଷ୍ଟରେରେ ଶୁକଦେବଙ୍କ ନାମରେ ଦିନ ୮ ଘଟିକା ସମୟରେ ଦସ୍ତଖତ କରିଛନ୍ତି । ଏହା ସନେ୍ଦହକୁ ଅଧୀକ ଦୃଢ଼ୀଭୂତ କରୁଥିବାବେଳେ ଘଟଣାର ସଠିକ ତଦନ୍ତ ହେଲେ ମୃତୁ୍ୟର ସଠିକ କାରଣ ଜଣାପଡିବ ।