ଲକ୍ଷ୍ମୀ ପୂଜା ପ୍ରସ୍ତୁତି ବୈଠକ


ାା ପ୍ରଭାନୁ୍ୟଜ ।ା ବ୍ୟାସନଗର : କୋରେଇ ବ୍ଲକ ଅନ୍ତର୍ଗତ ଜହ୍ନା ଗ୍ରାମରେ ମହାଲକ୍ଷ୍ମୀ ପୂଜା କମିଟି ଆନୁକୂଲ୍ୟରେ ପ୍ରତିବର୍ଷ ଲକ୍ଷ୍ମୀ ପୂଜାକୁ ଭାଇଚାରାର ସମ୍ପର୍କ ସହ ଯାକମକରେ ପାଳନ କରାଯାଏ । ଏହି ବର୍ଷ ମଧ୍ୟ ପୂଜାକୁ ବିଧି ବ୍ୟବସ୍ଥା ସହ କରିବାକୁ ଆଲୋଚନା ହେବା ସହ ଦୈନନ୍ଦିନ ସାଂସ୍କୃତିକ କାର୍ଯ୍ୟକ୍ରମର ବ୍ୟବସ୍ଥା ରଖାଯାଇଛି । ଅକ୍ଟୋବର ୧୬ ତାରିଖରେ ଲକ୍ଷ୍ମୀ ପୂଜା ଆରମ୍ଭ ହୋଇ ପୂଜାକୁ ୫ ଦିନ ଆୟୋଜନ କରାଯିବ ଏବଂ ୨୦ ତାରିଖରେ ମା'ଙ୍କର ବିସର୍ଜନ ହେବ । ଏହା ପରେ ପରେ ଅପେରା ଦ୍ୱାରା ଯାତ୍ରା ପରିବେଷଣ ହେବା ସହ ପୂଜାକୁ ସରସ ସୁନ୍ଦର କରିବାକୁ ଆବଶ୍ୟକୀୟ କରଣୀୟ କାର୍ଯ୍ୟ ଯଥେଷ୍ଟ ପୂର୍ବରୁ ସାରିବାକୁ ନିଷ୍ପତ୍ତି ହୋଇଛି । ପୂଜା କମିଟିର ସମ୍ପାଦକ ନିମାଇଁ ପରିଡ଼ାଙ୍କ ସଭାପତିତ୍ତ୍ୱରେ ଅନୁଷ୍ଠିତ ବୈଠକରେ କର୍ମକର୍ତ୍ତା ସର୍ବଶ୍ରୀ ଜଗଦୀଶ ସାହୁ, କୁଳମଣୀ ରାଉତ, ଜଗବନ୍ଧୁ ବେହେରା, ବାବାଜୀ ବେହେରା, ଲଲାଟେନ୍ଦୁ ନାୟକ, କୃଷ୍ଣଚନ୍ଦ୍ର ଦାସ, ପ୍ରଦୀପ୍ତ ବିଶ୍ୱାଳ, ଶରତ ବିଶ୍ୱାଳ, ଜୁଲୁ ପାଢ଼ୀ, ରାଣା ପ୍ରତାପ ସିଂ, ପ୍ରଶାନ୍ତ ସାହୁ, ପ୍ରଭାସ ରାଉତ, ଅଜିତ ମଲ୍ଲିକ, ଭ୍ରମର ବେହେରା, ଶତ୍ରୁଘ୍ନ ପାତ୍ର, ଅନାମ ବିଶ୍ୱାଳ, ଜିତେନ୍ଦ୍ର ପାଢ଼ୀ, ଭୀମସେନ ମଲ୍ଲିକ, ବିଦ୍ୟାଧର ମଲ୍ଲିକ, ବାସୁଦେବ ବେହେରା, ପ୍ରଶାନ୍ତ ରାଉତ, ପିଙ୍କନ ରାଉତ, ବିଭୂତି ବଳ, ବଳରାମ ବଳ, ଅଶୋକ ହାତୀ, ଶରତ ମଲ୍ଲିକ, ଦିଲ୍ଲୀପ ବିଶ୍ୱାଳ, ବିଶ୍ୱନାଥ ଦାସ, ରବୀନ୍ଦ୍ର ଦାସ, ରାମଚନ୍ଦ୍ର ହାତୀ, ସୁରେଶ ହାତୀ, କାର୍ତ୍ତିକ ସାହୁ, ରଶ୍ମିରଞ୍ଜନ ରାଉତ, ହୁନା ହାତୀ, ରତିକାନ୍ତ ପାତ୍ର, ସୁରେଶ ପରିଡା, ଟୁକୁନା ରଣା, ପାପଲ ପାଢ଼ୀ, ବୀର ଦାସ, କୈବଲ୍ୟ ରାଉତ, ପ୍ରମୋଦ ସାହୁ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ବାବାଜୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।