"କଳିଙ୍ଗ ଫ୍ୟାବ୍ ଲ୍ୟାବ୍’ ରଚିଲା ଇତିହାସ , ଛାତ୍ରଛାତ୍ରୀ ଜିତିଲେ ୧ଲକ୍ଷ ଟଙ୍କାର ପୁରସ୍କାର

ାା ପ୍ରଭାନୁ୍ୟଜ ।ା ବ୍ୟାସନଗର :  କଳିଙ୍ଗ ଗ୍ରୁପ୍ ଅଫ୍ ଇନଷ୍ଟିଚୁ୍ୟସନ୍ସ (କେଜିଆଇ) ସଫଳତାର ଅନ୍ୟ ଏକ ମାଇଲଖୁଣ୍ଟ ସ୍ଥାପନ କରିଛି । କଳିଙ୍ଗ ଦ୍ୱାରା ପ୍ରତିଷ୍ଠିତ ଓଡ଼ିଶାର ପ୍ରଥମ ଗ୍ରାମୀଣ ଇନୋଭେସନ୍ ଲ୍ୟାବ୍ "କଳିଙ୍ଗ ଫ୍ୟାବ୍ ଲ୍ୟାବ୍’ର ଏକ ସ୍ମାର୍ଟ ହେଲମେଟ୍ ପ୍ରୋଜେକ୍ଟ ସର୍ବଶ୍ରେଷ୍ଠ ଭାବରେ ପୁରସ୍କୃତ ହୋଇଛି । କେଜିଆଇର ଅଧ୍ୟକ୍ଷ ଇଂ ଆଲେକଜାଣ୍ଡାର ଦାସ ଗ୍ରାମୀଣ ଛାତ୍ରଛାତ୍ରୀ ମାନଙ୍କୁ ଇନୋଭେସନ୍ ନିମନ୍ତେ ସମସ୍ତ ପ୍ରକାର ସୁବିଧା ସୁଯୋଗ ଦେବା ନିମନ୍ତେ କଳିଙ୍ଗନଗର ପଲିଟେକନିକ୍ ଠାରେ ପ୍ରତିଷ୍ଠା କରିଥିଲେ "କଳିଙ୍ଗ ଫ୍ୟାବ୍ ଲ୍ୟାବ୍’ । ଏହା ମାଧ୍ୟମରେ ଅନୁଷ୍ଠାନର ଛାତ୍ରଛାତ୍ରୀ ମାନଙ୍କ ସହ ଆଖ ପାଖ ଅଞ୍ଚଳର ଯୁବଗୋଷ୍ଠୀ ନୂତନ କାର୍ଯ୍ୟ ନିମନ୍ତେ ସମସ୍ତ ପ୍ରକାରର ସୁବିଧା ପାଇ ପାରୁଛନ୍ତି । ନାଳନ୍ଦା ଇନଷ୍ଟିଚୁ୍ୟଟ୍ ଅଫ୍ ଟେକ୍ନୋଲୋଜିର ଅଟଳ ଇନକ୍ୟୁବେସନ୍ ସେଣ୍ଟର୍ ଏବଂ କାରଖାନା ଦ୍ୱାରା କିଟ୍, ସୋଆ ୟୁନିଭରସିଟି ଭଳି ଓଡିଶାର ୨୦ଟି ସୁପରିଚିତ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ନେଇ ଆୟୋଜିତ ହୋଇଯାଇଥିବା "ଇନୋଭେଟ୍ ଓଡ଼ିଶା ୨.୦’ କାର୍ଯ୍ୟକ୍ରମରେ କଳିଙ୍ଗ ନଗର ପଲିଟେକନିକ୍ର ଛାତ୍ରଛାତ୍ରୀ ମୁକେଶ କୁମାର ସାହୁ, ସିପୁରଞ୍ଜନ ସାହୁ, ସତ୍ୟନାରାୟଣ ବିକ୍ରମ ସାହୁ, ସ୍ମୃତି ପ୍ରିୟଦର୍ଶିନୀ ସାହାଣୀଙ୍କ ଦ୍ୱାରା କଳିଙ୍ଗ ଫ୍ୟାବ୍ ଲ୍ୟାବ୍ରେ ତିଆରି କରାଯାଇଥିବା "ସ୍ମାର୍ଟ ହେଲମେଟ୍’ ସର୍ବଶ୍ରେଷ୍ଠ ବିବେଚିତ ହୋଇ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ଜିତିଅଛି । ଚାଲୁ ରହିଥିବା କାର୍ଯ୍ୟକ୍ରମର ଉଦଘାଟନ ଉତ୍ସବରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ବିଜ୍ଞାନ ଓ ବୈଷୟିକ ବିଭାଗର ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଯୋଗ ଦେଇଥିବା ବେଳେ ଉଦଯାପନୀ ଉତ୍ସବରେ ସୂକ୍ଷ୍ମ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପ୍ରମୁଖ ଯୋଗ ଦେଇଥିଲେ । ପ୍ରୋଜେକ୍ଟଟିକୁ ତିଆରି କରିବାରେ ଛାତ୍ରଛାତ୍ରୀ ମାନଙ୍କୁ ଅନୁଷ୍ଠାନର ଅଧ୍ୟାପକ ଇଂ.ସର୍ବେଶ୍ୱର ରାଉତ ଏବଂ ସୁରଜିତ ପଲ୍ ସହଯୋଗ କରିଥିଲେ । ଅନୁଷ୍ଠାନର ଅଧ୍ୟକ୍ଷ ଇଂ. ଆଲେକଜାଣ୍ଡାର ଦାସ ଛାତ୍ରଛାତ୍ରୀ ମାନଙ୍କୁ ଶୁଭେଚ୍ଛା ଜଣାଇବା ସହିତ କଳକାରଖାନାରେ କାର୍ଯ୍ୟରତ ଶ୍ରମିକ ମାନଙ୍କର ସୁରକ୍ଷା ନିମନ୍ତେ ତିଆରି ସ୍ମାର୍ଟ ହେଲମେଟ୍ ଆଗାମୀ ଦିନରେ ଦୁର୍ଘଟଣାକୁ ରୋକିବାରେ ସହାୟତା ହେବ ସହ ଆଗାମୀ ଦିନରେ କଳିଙ୍ଗ ଫ୍ୟାବ୍ ଲ୍ୟାବ୍ ଅନେକ ଇନୋଭେଟିଭ୍ ପ୍ରୋଜେକ୍ଟ ଗୁଡ଼ିକ ଉପରେ କାମ କରିବ ବୋଲି ମତବ୍ୟକ୍ତ କରିଥିଲେ । ଅନୁଷ୍ଠାନର ଛାତ୍ରଛାତ୍ରୀ ସଫଳତାର ଶ୍ରେୟ କେଜିଆଇର ଅଧ୍ୟକ୍ଷ ଇଂ.ଦାସଙ୍କୁ ଦେଇଛନ୍ତି ।