ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ରଜତ ଜୟନ୍ତୀ ସମାରୋହ

ଧର୍ମଶାଳା : ବିବେକାନନ୍ଦ ଶିକ୍ଷାକେନ୍ଦ୍ର ରାମପୁରର ରଜତ ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଯଶୋବନ୍ତ ଲେଙ୍କାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମାରୋହରେ ଅବସରପ୍ରାପ୍ତ ପୂର୍ବତନ ଜିଲାପାଳ ତଥା ରାଜ୍ୟସୂଚନା ଓ ଲୋକସଂପର୍କ ବିଭାଗ ନିଦେ୍ର୍ଦଶକ ସରୋଜ କୁମାର ସାମଲ, ଗଞ୍ଜାମ ଜିଲା ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ ଡ଼କ୍ଟର ସନ୍ତୋଷ କୁମାର ପରିଡା, ଦୂରଦୃଷ୍ଟି ପତ୍ରିକାର ସଂପାଦକ ଭକ୍ତଶେଖର ରାୟ, ଓଡ଼ିଶା ଶିକ୍ଷା ବିକାଶ ପରିଷଦର ସଂପାଦକ ସୁରେଶ ଚନ୍ଦ୍ର ସାମନ୍ତରାୟ ଓ ସମାଜସେବୀ ପବିତ୍ର ମୋହନ ଦାଶ ପ୍ରମୁଖ ଯୋଗ ଦେଇ ପିଲାମାନଙ୍କ ଶିକ୍ଷା ଗ୍ରହଣ ଉପରେ ଅଭିଭାବକ, ଗୁରୁଜୀ ଓ ଗୁରୁମାଙ୍କ ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ସ୍କୁଲର ଟ୍ରଷ୍ଟି ସଞ୍ଜୟ କୁମାର ରାୟ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲେ । ସ୍କୁଲର ପ୍ରଧାନ ଆଚାର୍ଯ୍ୟ ରଘୁନାଥ ପାଢ଼ୀ ବାର୍ଷିର୍କ ବିବରଣୀ ପାଠ କରିଥିଲେ । ପ୍ରାରମ୍ଭରେ ଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା । ଉଦ୍ୟୋକ୍ତା ଶରତ ରାୟ, ଅବସରପ୍ରାପ୍ତ ଅଧ୍ୟକ୍ଷ ନୃସିଂହ ଚରଣ ନାୟକ, ଅବସରପ୍ରାପ୍ତ ଶିକ୍ଷକ ପ୍ରଫୁଲ୍ଲ କୁମାର ମିଶ୍ର, କ୍ଷୀରୋଦ ରାୟ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ନିର୍ମଳ ଚନ୍ଦ୍ର ରାୟ, ଧୀରେନ୍ଦ୍ର କୁମାର ରାୟ, ଅଲେଖ ଚନ୍ଦ୍ର ନାୟକ ଓ ଦାମୋଦର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ମୋହନ ଚରଣ ସାମଲ ଧନ୍ୟବାଦ ଦେଇଥିଲେ ।