ଫଟୋ ସାମ୍ବାଦିକଙ୍କ ହୃଦଘାତରେ ପରଲୋକ
ନୀଳଗିରି: ଦିଲ୍ଲୀରେ ଏନ୍ଡିଟିଭିର ଫଟୋ ସାମ୍ବାଦିକ ବାଲେଶ୍ୱର ଜିଲ୍ଲାର ନୀଳଗିରି ଉପଖଣ୍ଡର କାଣ୍ଡଗରଡି ପଞ୍ଚାୟତର ବଉଳଗଡିଆ ଗ୍ରାମର ରାମଚନ୍ଦ୍ର ମହାକୁଡ଼ଙ୍କ ପୁଅ ଶୁଭ୍ରଜିତ୍ ମହାକୁଡ଼ (୩୬) ଦୀର୍ଘ ୨୦ବର୍ଷ ଧରି ଏନ୍ଡିଟି ଭିରେ ଫଟୋ ସାମ୍ବାଦିକ ଭାବେ କାର୍ଯ୍ୟ କରିଆସୁଥିଲେ । ସେ ଜଣେ ମିଷ୍ଟଭାଷୀ, ମେଳାପି, ବନ୍ଧୁବାସôଲ ସ୍ୱଭାବର ଯୁବକ ଥିଲେ । ସମସ୍ତଙ୍କ ସହିତ ତାଙ୍କର ଭଲ ସମ୍ପର୍କ ଥିଲା । ତାଙ୍କର ଏକ ପୁତ୍ର ସନ୍ତାନ ଥିବାର ଜଣାପଡିଛି । ଦିଲ୍ଲୀରୁ ମର ଶରୀର ତାଙ୍କ ଜନ୍ମମାଟିକୁ ଆସୁଥିବାର ସଂପର୍କୀୟ ମାନେ ସୂଚନା ଦେଇଛନ୍ତି । ଉକ୍ତ ଖବର ଶୁଣିବା ପରେ ଗ୍ରାମରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି ।ଛି । ସେହି ଜମିକୁ ଫେରି ପାଇବା ପାଇଁ ଆଦିବାସୀମାନେ ଦୀର୍ଘ ୩ ବର୍ଷ ଧରି ଆନ୍ଦୋଳନ କରି ଆସୁଥିଲେ ମଧ୍ୟ ବିଫଳ ହୋଇଛନ୍ତି । ନିଜର ହକ ପାଇଁ ସେମାନେ ତହସିଲ ଠାରୁ ଜିଲ୍ଲା କାର୍ଯ୍ୟାଳୟ ପର୍ଯ୍ୟନ୍ତ ଦୌଡୁଛନ୍ତି । ହେଲେ କେହି ତାଂକ କଥା ଶୁଣୁନାହାନ୍ତି । ଆଶା କରିଥିଲେ ସରକାର ପରିବର୍ତ୍ତନ ହେଲା ପରେ ତାଙ୍କର ଦୁଃଖ ଲାଘବ ହେବ । କିନ୍ତୁ ସରକାର ପରିବର୍ତ୍ତନ ହେବାର ୬ ମାସ ପରେ ମଧ୍ୟ ପ୍ରଶାସନ ସେମାନଙ୍କ ଗୁହାରି ଶୁଣିଲେ ନାହିଁ । ଗ୍ରାମ ର ୫୦ ମିଟର ଦୂର ରେ ସେହି କ୍ରସର୍ କମ୍ପାନୀ ବିସ୍ଫୋରକ ଦ୍ରବ୍ୟ ବ୍ୟବହାର କରୁଛି । ବିସ୍ଫୋରଣ ଯୋଗୁଁ ଆଖପାଖ ଅଂଚଳର ଘରଫାଟି କ୍ଷୟକ୍ଷତି ହେଉଛି । ଧୂଳିଧୂଆଁରେ ଅଂଚଳ ପ୍ରଦୂଷିତ ହେବାସହ ଅନେକ ଲୋକ କିଡିନ ରୋଗରେ ଆକ୍ରାନ୍ତ ହୋଇ ଜୀବନ ହରାଉଛନ୍ତି । ପଞ୍ଚାୟତ ପକ୍ଷରୁ ପ୍ରତିବାଦ କରାଯାଇଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ବିନା ଜନ ଶୁଣାଣିରେ ପୁନର୍ବାର ସେହି କମ୍ପାନୀକୁ ବିସ୍ଫୋରକ ଅନୁମତି ଓ ପରିବେଶ ଅନୁମତି ଗତ ଏପ୍ରିଲ ମାସରେ ଦେଇଛନ୍ତି । ସାଧାରଣ ଲୋକମାନଙ୍କ ଗୁହାରି କେହି ଶୁଣୁ ନଥିବାରୁ ଏହି ଘଟଣା ରେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଛନ୍ତି ପୂର୍ବତନ ବିଧାୟକ ନବୀନ ନନ୍ଦ । ଗତ କିଛିଦିନ ତଳେ ସେହି ଗ୍ରାମକୁ ଶ୍ରୀ ନନ୍ଦ ଏକ ସାମାଜିକ କାର୍ଯ୍ୟକ୍ରମରେ ଯାଇଥିବା ବେଳେ ଘଟଣାର ସରର୍ଜମିନ ତଦନ୍ତ କରି ଦୁଃଖ ପ୍ରକାଶ କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଏହା ଅବଗତ କରାଇବାକୁ ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ଆଦିବାସୀମାନଙ୍କ ଘରଡିହ ଓ ଚାଷ ଜମିକୁ ତୁରନ୍ତ ଫେରସ୍ତ କରିବାକୁ ରାଜ୍ୟ ସରକାର ପଦକ୍ଷେପ ନେବା ସଙ୍ଗେ ସଙ୍ଗେ ସଂପୃକ୍ତ କ୍ରସର୍ କମ୍ପାନୀକୁ ବସ୍ତି ନିକଟରୁ ଦୂରକୁ ସ୍ଥାନାନ୍ତର କରିବାକୁ ଲୋକେ ଦାବି କରିଛନ୍ତି ।