ଭାରତୀୟ କମୁ୍ୟନିଷ୍ଟ ପାର୍ଟିର ପ୍ରସ୍ତୁତି ବୈଠକ
ନୀଳଗିରି: ନୀଳଗିରି ଉପଖଣ୍ଡ ବାଉଁଶବଣିଆ ପଞ୍ଚାୟତର ମାନଗଡ଼ ଛକ ଠାରେ ଭାରତୀୟ କମୁ୍ୟନିଷ୍ଟ ପାର୍ଟି ନୀଳଗିରି ଜୋନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପ୍ରଭାକର ମହାପାତ୍ର ସଭାପତିତ୍ୱ କରିଥିବାବେଳେ ଜିଲ୍ଲା ସମ୍ପାଦକ ନିରଞ୍ଜନ ବାରିକ, ଜୋନ ସମ୍ପାଦକ ବିଜୟ କୁମାର ସ, ପାଟପୁର ବ୍ରାଞ୍ଚ ସମ୍ପାଦକ ହରେକୃଷ୍ଣ ପଣ୍ଡିତ, ପରତାପଡା ବ୍ରାଞ୍ଚ ସମ୍ପାଦକ ଦେବେନ୍ଦ୍ର ବେହେରା, ଅନିରୁଦ୍ଧ ବେହେରା, ରବୀନ୍ଦ୍ର ନାୟକ, ବାସନ୍ତୀ ନାୟକ, ସୁରେନ୍ଦ୍ର ଦେଉରି, ନିରଞ୍ଜନ ଜେନା ପ୍ରମୁଖ ଉପସ୍ଥିତ ରହି ଆସନ୍ତା ଡିସେମ୍ବର ୨୬ ତାରିଖ ଦିନ ନୀଳଗିରିରେ ପାର୍ଟି ପ୍ରତିଷ୍ଠା ଦିବସଟିକୁ ମହାସମାରୋହରେ ପାଳନ କରିବା ନେଇ ସର୍ବସାଧାରଣରେ ନିଷ୍ପତ୍ତି ହୋଇଛି । ଏହି ବୈଠକରେ ନୀଳଗିରି କାର୍ଯ୍ୟରତ ସାମ୍ବାଦିକମାନଙ୍କ ଏକତା ପାଇଁ ବିଧାନସଭାରେ ସାମ୍ବାଦିକ ସୁରକ୍ଷା ଏବଂ ବିଭିନ୍ନ ପ୍ରସଙ୍ଗରେ ପ୍ରଶ୍ନବାଚୀ ହୋଇ ପାରିଥିବାରୁ ସଂଘକୁ ଧନ୍ୟବାଦ ଅର୍ପଣ କରାଯାଇଛି ।