ଅଜଣା ଗାଡି ଧକ୍କାରେ ଜଣେ ମୃତ
ବୈଶିଙ୍ଗା: ବୈଶିଙ୍ଗା ଥାନା ଠାରୁ ଶହେ ମିଟର ଦୂର ୧୮ ନଂ ଜାତୀୟ ରାଜପଥର ସାଇ ମନ୍ଦିର ନିକଟରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଟ୍ରକ ·ଳକ ଟ୍ରକ ରଖି ତଳକୁ ଓହ୍ଲାଇ ଥିବା ବେଳେ ଅନ୍ୟ ଗୋଟିଏ ଅଜଣା ଗାଡି ତାଙ୍କୁ ଧକ୍କା ଦେଇ ·ଲିଯାଇଥିଲା । ଘଟଣାରୁ ପ୍ରକାଶ ଗୋଟିଏ ମାଲବାହୀ ଟ୍ରକର ଡ୍ରାଇଭର ରାମବାବୁ (୩୭) ଏକ ମିଲରୁ ·ଉଳ ବୋଝେଇ କରିବା ପାଇଁ ବାଲେଶ୍ୱର ବାରିପଦା ଅଭିମୁଖେ ଯାଉଥିଲା । ଟ୍ରକର ଖଲାସୀ ଶୋଇ ଯାଇଥିବା ବେଳେ ଟ୍ରକଟି ଓଭରବ୍ରିଜ ଅତିକ୍ରମ କରିସାରିବା ପରେ ସାଇମନ୍ଦିର ନିକଟରେ ଟ୍ରକଟିକୁ ଛିଡା କରି ପରିସ୍ରା କରିବାକୁ ଯାଇଥିଲେ । ଇତି ଅବସରରେ ଅନ୍ୟ ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇ ଥିବା ଯୋଗୁଁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ମୃତକ ଘର ଆନ୍ଧ୍ରପ୍ରଦେଶ ସ୍ଥିତ ପ୍ରକାଶନ ଜିଲ୍ଲାର ଏସଏନ ପୁଡୁଥାନା ଅଧୀନ ଗୁମୁନ ପୁଡୁ ଗ୍ରାମର ବୋଲି ଜଣାପଡିଛି । ଏନେଇ ବୈଶିଙ୍ଗା ଥାନାରେ ୧୫୯/୨୪ରେ ରୁଜ୍ଜୁ ହୋଇଥିବା ମାମଲା ମୁତାବକ ମୃତ ·ଳକଙ୍କ ଟ୍ରକକୁ ଜବତ କରିବା ସହ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି ।