କାଠ ମଞ୍ଚ ଭୁଶୁଡି ୭ ଶ୍ରଦ୍ଧାଳୁ ମୃତ
ଲକ୍ଷ୍ନୌ: ବାଗପତ ଜିଲ୍ଲାର ବରୌତ ସହରରେ ଏକ ଧାର୍ମିକ କାର୍ଯ୍ୟକ୍ରମରେ ଏକ ଅସ୍ଥାୟୀ କାଠ କୋଠା ଭୁଶୁଡ଼ି ପଡ଼ିବାରୁ ୭ ଜଣଙ୍କ ମୃତୁ୍ୟ ଘଟିଥିବା ବେଳେ ପ୍ରାୟ ୬୦ ଜଣ ଆହତ ହୋଇଛନ୍ତି । ଆଜି ସକାଳ ପ୍ରାୟ ୮ଟା ବେଳେ ବରୌତର ଗାନ୍ଧିରୋଡ୍ ସ୍ଥିତ ଶ୍ରୀଦିଗମ୍ବର ଜୈନ ଡିଗ୍ରୀ କଲେଜ ପଡ଼ିଆରେ ଭଗବାନ ଆଦିନାଥଙ୍କ ଅଭିଷେକ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଏହି ଅଘଟଣ ଘଟିଛି ।
ଶ୍ରୀ୧୦୦୮ ଆଦିନାଥ ଭକ୍ତମ୍ବର ପ୍ରଚାର ତତ୍ତ୍ୱାବଧାନରେ ଜୈନ ସମ୍ପ୍ରଦାୟର ମୋକ୍ଷ କଲ୍ୟାଣକ ନିର୍ବାଣ ମହୋସôବରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆହତଙ୍କ ମଧ୍ୟରୁ ୨୦ ଜଣଙ୍କୁ ପ୍ରାଥମିକ ଚିକିସôା ପରେ ଡିସଚାର୍ଜ କରାଯାଇଥିବା ବେଳେ ୩୯ ଜଣ ଡାକ୍ତରଖାନାରେ ଚିକିସôିତ ହେଉଥିବା ବେଳେ ପ୍ରାୟ ୧୦୦ ଜଣ ଉପସ୍ଥିତ ଥିଲେ । ମନ୍ସ୍ତମ୍ଭ କମ୍ପ୍ଲେକ୍ସରେ ନିର୍ମିତ ୬୫ ଫୁଟର ଅସ୍ଥାୟୀ ମଞ୍ଚର କାଠ ସିଡି ଭାଙ୍ଗିଯିବାରୁ ମଞ୍ଚ ଉପରେ ଥିବା ଶ୍ରଦ୍ଧାଳୁ ଓ ନିକଟରେ ଛିଡ଼ା ହୋଇଥିବା ଶ୍ରଦ୍ଧାଳୁମାନେ ତଳେ ପଡ଼ିଯାଇଥିଲେ । ଏହି ଘଟଣାରେ ଜଣେ ଠିକାଦାରଙ୍କ ବିରୋଧରେ ମାମଲା ରୁଜୁ କରାଯିବା ସହ ମାଜିଷ୍ଟ୍ରେଟ୍ସ୍ତରୀୟ ତଦନ୍ତ ନିଦେ୍ର୍ଦଶ ଦିଆଯାଇଛି । ସପ୍ତାହକ ମଧ୍ୟରେ ରିପୋର୍ଟ ଦାଖଲ ପାଇଁ କୁହାଯାଇଛି । ଏହି ଦୁର୍ଘଟଣାରେ ୭ଜଣଙ୍କ ମୃତୁ୍ୟ ଘଟିଥିବା ବେଳେ ୩୯ ଜଣ ଆହତ ହୋଇଥିବା ଜିଲ୍ଲାପାଳ ଅସ୍ମିତା ଲାଲ ଓ ଅତିରିକ୍ତ ଜିଲ୍ଲାପାଳ ପଙ୍କଜ ବର୍ମା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ପୁଲିସ ଅଧୀକ୍ଷକ ଅର୍ପିତ ବିଜୟବର୍ଗୀୟ କହିଛନ୍ତି ଯେ ଆୟୋଜକଙ୍କ ଦ୍ୱାରା କାର୍ଯ୍ୟକ୍ରମ ପାଇଁ ଅନୁମତି ନିଆଯାଇଥିଲା । ଆମେ ଘଟଣାର ତଦନ୍ତ କରୁଛୁ ବୋଲି ସେ କହିଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆହତଙ୍କ ଉପଯୁକ୍ତ ଚିକିସôା ସୁନିଶ୍ଚିତ କରିବାକୁ ଜିଲ୍ଲା ପ୍ରଶାସନିକ ଅଧିକାରୀମାନଙ୍କୁ ନିଦେ୍ର୍ଦଶ ଦେବା ସହ ସେମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ।