ସଡ଼କ ଦୁର୍ଘଟଣାରେ, ୩ ଯୁବକ ମୃତ

ମୋରଡ଼ା: ମୟୂରଭଞ୍ଜ ଜିଲା ଶୁଳିଆପଦା ଥାନା ଅଞ୍ଚଳରେ ଏକ ସଡ଼କ ଦୁର୍ଘଟଣାରେ ୩ ଜଣ ଯୁବକଙ୍କ ମୃତ୍ୟୁ ଘଟିଛି।
ସୂଚନାନୁଯାୟୀ, ଉକ୍ତ ଥାନା ଅଧୀନ ଧାତିକା ଗ୍ରାମର ବିପିନ ଦେଓ, ରବୀନ୍ଦ୍ର ଦେଓ ଓ ବାଦଲ ନାଏକ ଉକ୍ତ ଥାନା ଅଧୀନ ବାଘଡ଼ା ପଞ୍ଚାୟତର ସିଙ୍ଗଡ଼ା ଭୀମ ମେଳା ଦେଖିବାକୁ ଏକ ବାଇକ୍ ଯୋଗେ ଯାଇଥିଲେ। ତେବେ ଅପରାହ୍ନ ପ୍ରାୟ ୪ଟା ୩୦ ମିନିଟ୍ରେ ବାଇକ୍ ଯୋଗେ ଘରକୁ ଫେରୁଥିବା ସମୟରେ ଦିମିଆ ଗାଁ ନିକଟରେ ଏକ ଅଜଣା ଗାଡ଼ି ଧକ୍କା ଦେବାରୁ ତିନି ଜଣ ବାଇକରୁ ଛିଟିକି ପଡ଼ିଥିଲେ ଏବଂ ଉକ୍ତ ତିନିଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା କହିଛନ୍ତି ଶୁଳିଆପଦା ଥାନା ଅଧିକାରୀ ଆଦିତ୍ୟ ପ୍ରସାଦ ଜେନା। ତେବେ ଘଟଣାସ୍ଥଳରେ ଥାନାଧିକାରୀ ଜେନା ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।