ଟ୍ରକ୍ ଧକ୍କାରେ ଯୁବକ ମୃତ 

କୁଆଖିଆ :  ଏହି ଥାନା୧୬ ନଂ-ଜାତୀୟ ରାଜପଥ କୁଆଖିଆ ବଜାର ଠାରୁ ମୁଳାପାଳ ଛକ ନିକଟରେ ଏକ ଟ୍ରକ୍ ଧକ୍କାରେ ଯୁବକଙ୍କ ମୃତୁ୍ୟ ଘଟିଛି । 
ସୂଚନା ଅନୁଯାୟୀ ଆଜି ଅପରାହ୍ନ ୪ଟା ସମୟରେ କେନ୍ଦୁଝର ଜିଲା ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ବେଳା ସୁନ୍ଦରୀ ଗ୍ରାମର ମୁରଲୀ ମୁଖୀଙ୍କ ପୁଅ ବିକାଶ (୨୬) ଓଡ଼ି୦୪ଆର-୭୭୦୬ ଯୋଗେ କୁଆଖିଆ ଥାନା ଅନ୍ତର୍ଗତ ରାଜେନ୍ଦ୍ରପୁର ଗ୍ରାମରେ ଥିବା ତାଙ୍କ ମାମୁଁ ଘରକୁ ଯାଉଥିଲେ । ଏହି ସମୟରେ ପଛ ପଟରୁ ଦ୍ରୃତଗାମୀ ଆନ୍ଧା ଟ୍ରକ୍ ନଂ ଡ଼ିତପି୩୧ପିଏଫ-୭୭୪୭ ବାଇକ୍କୁ ଧକ୍କା ଦେଇଥିଲା  । ଯାହାଫଳରେ ବାଇକ୍ ଆରୋହୀଙ୍କର ଘଟଣା ସ୍ଥଳରେ ମୃତୁ୍ୟ ହୋଇଥିଲା । ଖବର ପାଇ କୁଆଖିଆ ପୁଲିସ ଘଟଣା ସ୍ଥଳରେ ପହଁଚି ଶବ ଜବତ୍ କରି ବ୍ୟବଚ୍ଛେଦ ନିମନ୍ତେ ଧର୍ମଶାଳା ଗୋଷ୍ଠୀ କେନ୍ଦ୍ରକୁ ପଠାଇ ଘଟଣାର ତଦନ୍ତ କରୁଥିବା ଜଣାପଡିଛି । ଘଟଣା ସମ୍ପର୍କରେ ମୃତ ବିକାଶର ମାମୁଁ କୁଆଖିଆ ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି ।