ରାସ୍ତା ପାଲଟିଛି ମରଣଯନ୍ତା
ବୈଶିଙ୍ଗା: ସରକାରୀ ସମ୍ପତ୍ତିର କିପରି ବାଟମାରଣା ହୁଏ ତାହା ଏହି ବିଶ୍ରାମପୁର - ଦାରିହା ପ୍ରଧାନମନ୍ତ୍ରୀ ସଡ଼କ ନିର୍ମାଣରୁ ବାରି ହୋଇପଡ଼ୁଛି । କେନ୍ଦ୍ର ଓ ରାଜ୍ୟ ସରକାର ଯାତାୟତର ସୁବିଧା ପାଇଁ ପ୍ରଧାନମନ୍ତ୍ରୀ ସଡକ ଯୋଜନା ଓ ମୁଖ୍ୟମନ୍ତ୍ରୀ ସଡକ ଯୋଜନା ନାମରେ କୋଟି କୋଟି ଟଙ୍କାର ବ୍ୟୟ ମଞ୍ଜୁରୀ କରୁଥିବାବେଳେ ଏହାର ରକ୍ଷଣା ବେକ୍ଷଣ ଅଭାବରୁ ରାସ୍ତା ସବୁ ମରଣଯନ୍ତା ପାଲଟିଥିବା ଜଣାପଡ଼ିଛି । ଏହାର ଜ୍ୱଳନ୍ତ ଉଦାହରଣ ପାଲଟିଛି ବିଶ୍ରାମପୁର - ଦାରିହା ପ୍ରଧାନମନ୍ତ୍ରୀ ସଡକ । ସୂଚନା ଅନୁସାରେ ୪ କୋଟି ୪୨ ଲକ୍ଷ ୨୭ ହଜାର ୬୬୫ ଟଙ୍କା ମଞ୍ଜୁରୀ ପାଇବା ପରେ କାର୍ଯ୍ୟ୍ୟ ସମାପ୍ତ କରିବା ପାଇଁ ମୟୂରଭଞ୍ଜ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ତକôାଳୀନ ଠିକାଦାର ରାଜକିଶୋର ଶତପଥିଙ୍କୁ ନିର୍ମାଣ ପାଇଁ ନିଦେ୍ର୍ଦଶ ଦିଆଯାଇଥିଲା । ମାତ୍ର ସଡକ ନିର୍ମାଣ ୨୦୧୮ ମସିହାରେ ସଂପୂର୍ଣ୍ଣ ହୋଇଥିଲା । ସଡ଼କର ରକ୍ଷଣାବେକ୍ଷଣ ପାଇଁ ୫ ବର୍ଷ ର ଦାୟିତ୍ୱ ତୁଲାଇବା ନିମନ୍ତେ ମଧ୍ୟ ନିଦେ୍ର୍ଦଶ ରହିଥିଲା । କିନ୍ତୁ ନିର୍ମାଣର ଦୁଇବର୍ଷ ପରେ ଏହି ରାସ୍ତାର ଅବସ୍ଥା ଏମିତି ହୋଇପଡ଼ିଥିଲା ଯେ ତାହା ସାଧାରଣଙ୍କ ପାଇଁ ମରଣଯନ୍ତା ପାଲଟିଥିବା ଅଭିଯୋଗ ହୋଇଥିଲା । ଏବେ ରାସ୍ତା ମଝିରେ ଆଣ୍ଠୁଏ ଆଣ୍ଠୁଏ ଗର୍ତ୍ତ ସୃଷ୍ଟି ହୋଇଛି । ଯାହା ଫଳରେ ଦୈନନ୍ଦିନ ଦୁର୍ଘଟଣା ଘଟୁଥିବାରୁ ଜନସାଧାରଣଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଛି । ୧୮ ନଂ ଜାତୀୟ ରାଜପଥର ବିଶ୍ରାମପୁର ନିକଟରୁ ଏହି ପ୍ରଧାନମନ୍ତ୍ରୀ ସଡ଼କଟି ଠାକୁରମୁଣ୍ଡା-ରୂପସା ରାଜ୍ୟ ରାଜପଥକୁ ଦାରିହା ଠାରେ ସଂଯୋଗ କରୁଥିବାରୁ ଯାତାୟତ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ । ରାସ୍ତାର ଏହି ଦୂରାବସ୍ଥା ପାଇଁ ଯାତ୍ରୀବାହୀ ବସଗୁଡିକୁ ଏହି ରାସ୍ତାରେ ନ ଯାଇ ଭାୟା ବୈଶିଙ୍ଗା ଦେଇ ଯାଉଥିବାରୁ ଏହି ରାସ୍ତାର ପାର୍ଶ୍ୱବର୍ତ୍ତୀ ଗ୍ରାମ ବିଶ୍ରାମପୁର, ନଡପୁର, ନୂଆଗାଁ, ଖୁଣ୍ଟା, ଶିଳପୁରିଆ ଆଦି ଗ୍ରାମର ଯାତ୍ରୀମାନେ ଅସୁବିଧାରେ ପଡ଼ୁଥିବାର ଅଭିଯୋଗ ହୋଇଛି । ଏହି ରାସ୍ତାର ମରାମତି ପାଇଁ ଅଞ୍ଚଳବାସୀ ବିଭାଗୀୟ ଅଧିକାରୀ ଓ ଜିଲ୍ଲାପାଳ ବାରମ୍ୱାର ଗୁହାରୀ କରିଥିଲେ ମଧ୍ୟ ତାହାର ପ୍ରତିକାର ହେଉ ନ ଥିବାର କ୍ଷୋଭ ପ୍ରକାଶ ପାଇଛି । ଆଗାମୀ ଦିନରେ ଏହି ରାସ୍ତାଟି ସମ୍ପୂର୍ଣ ନିର୍ମାଣ ନହେଲେ ଏକ ବଡ ଧରଣର ଆନେ୍ଦାଳନ ମୁଣ୍ଡ ଟେକିବ ବୋଲି ଚେତାବନୀ ଦିଆଯାଇଛି ।