ପୋଲ ତଳକୁ ଖସି ଯୁବକ ମୃତ

 ଟମକା: ସ୍ଥାନୀୟ ଥାନା ଅନ୍ତର୍ଗତ ଓସ୍ତପାଳ ପଂଚାୟତ ତାରିଣୀ ମନ୍ଦିର ପୋଲ ତଳକୁ ଖସି ଜଣେ ଯୁବକର ମୃତୁ୍ୟ ଘଟିଛି । ମୃତ ଯୁବକ ଜଣଙ୍କ କେନ୍ଦୁଝର ଜିଲା ନନ୍ଦିପଦା ଥାନା ଅନ୍ତର୍ଗତ ରମ୍ପାସ ଗ୍ରାମର ରାଜନ ସେଠୀ (୨୮) ବୋଲି ସୂଚନା ମିଳିଛି । ସେ ବାଇକ୍ରେ ସମ୍ପର୍କୀୟ ଘରୁ ନିଜ ଘରକୁ ଫେରୁଥିବା ସମୟରେ ଭାରସାମ୍ୟ ହରାଇ ପୋଲ ତଳକୁ ଖସି ପଡ଼ିଥିଲେ । ଛାତିରେ ଆଘାତ ଲାଗିବା କାରଣରୁ ଘଟଣା ସ୍ଥଳରେ ତାଙ୍କର ପ୍ରାଣ ବାୟୁ ଉଡିଯାଇଥିଲା । ଖବର ପାଇ ଟମକା ପୁଲିସ ପହଞ୍ଚô ଶବ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇ ଘଟଣାର ଅଧିକ ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି । ଯୁବକ ଜଣକ ବାଙ୍ଗାଲୋରରେ ଚାକିରି କରୁଥିବା ବେଳେ, ପରିବାରର ଏକମାତ୍ର ପୁଅ ବୋଲି ଜଣାପଡିଛ