ଭିଏନ୍ କଲେଜର ପ୍ରତିଷ୍ଠା ଦିବସ ପାଳିତ
ାା ପ୍ରଭାନୁ୍ୟଜ ।ା ବ୍ୟାସନଗର,: ବ୍ୟାସନଗର ସ୍ୱୟଂଶାସିତ ମହାବିଦ୍ୟାଳୟ ପୁରାତନ ଛାତ୍ର ପରିଷଦ ଆଲୁମୁନି ପକ୍ଷରୁ ୫୯ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି । ମହାବିଦ୍ୟାଳୟ ପରିସରରେ ଥିବା ବ୍ୟାସଦେବଙ୍କ ପ୍ରତିମର୍ତ୍ତି ସମୁଖରେ ସଭାପତି ବିଦ୍ୟାଧର ମହାନ୍ତିଙ୍କ ଅଧକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ସଭାର ପ୍ରାରମ୍ଭରେ ଅତିଥି ମାନେ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେବା ସହିତ ବ୍ୟାସବନ୍ଦନା ଗାନ କରାଯାଇଥିଲା । ପ୍ରତିଷ୍ଠା ଦିବସରେ ଆଲୁମନିର ସାଧାରଣ ସମ୍ପାଦକ ନିତ୍ୟାନନ୍ଦ ମହାଳିକ, ଉପସଭାପତି ପ୍ରଫୁଲ୍ଲ ନାୟକ ଡ଼ କୁଶଚନ୍ଦ୍ର ପ୍ରଧାନ,ମହାବିଦ୍ୟାଳୟର ଅଧକ୍ଷ ହିମାଂଶୁ ଶେଖର ଦିବେଦୀ ପ୍ରମୁଖ ମହାବିଦ୍ୟାଳୟରେ ପ୍ରତିଷ୍ଠା ଓ ଏହାର ମାନ୍ୟତା ଉପରେ ଆଲୋକ ପାତ କରିବା ସହିତ ଆଲୁମୁନିର ଦାୟିତ୍ୱ ଉପରେ ଗୁରୁତ୍ୱ ଆରୋପ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କୁଞ୍ଜବିହାରୀ ମହାନ୍ତି ଟୁଲଟୁଲ ଜେନା ଅଶୋକ ନାୟକ ଓ ଅଧ୍ୟାପକ ସନାତନ ଦାସ ପୁମପୁମ ଦାସ, ବିବେକାନନ୍ଦ ଜେନା ରଂଜିତ କୁମାର ପହି, ଗୋଲଖ ବିହାରୀ ମହାକୁଡ଼, ଅମୁଲ୍ୟ ପାଢ଼ୀ ପ୍ରମୁଖ ଉପସ୍ଥିତ ରହି ବ୍ୟାସଦେବଙ୍କ ଗୁଣଗାନ କରିଥିଲେ ।