ବିଜୁ ଜୟନ୍ତୀ ପାଳିତ
କୁଆଖିଆ : କୋରେଇ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରସୁଲପୁର ବ୍ଲକ ଅଧିନରେ ଥିବା ୯ ପଞ୍ଚାୟତ ପକ୍ଷରୁ ବିଜୁ ପଟ୍ଟନାୟକଙ୍କ ୧୦୯ତମ ଜନ୍ମଜୟନ୍ତୀ ପାଳିତ ହୋଇଯାଇଛି । ରସୁଲପୁର ବ୍ଲକର ମୁଗପାଳ ପୁରୁଣା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ପ୍ରଶାନ୍ତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଦଳର ନେତା ଭବପ୍ରକାଶ ଦାସ ଯୋଗଦେଇ ବିଜୁବାବୁ ପ୍ରତିମୂତି ରେ ମାଲ୍ୟାର୍ପଣ କରିଥିଲେ । ଏହି ପରିପ୍ରେକ୍ଷୀରେ ଯୋଗଦେଇଥିବା ପ୍ରମୋଦ କୁମାର ନାୟକ, ଚନ୍ଦ୍ରଶେଖର ସାମଲ, ସରପଞ୍ଚ ଅଶୋକ କୁମାର ମଲ୍ଲିକ, ମହେନ୍ଦ୍ର କୁମାର ଦାସ, ରୁଦ୍ର ନାରାୟଣ ମହାନ୍ତି ବିଜୁବାବୁଙ୍କ ଜନ୍ମ ଦିନରେ ପଞ୍ଚାୟତିରାଜ ଦିବସରେ କରଯାଇଥିବା ସରକାରୀ ଛୁଟି ଘୋଷଣାକୁ ରଦ୍ଦ କରିବା ହୀନ ରାଜନୀତି ବୋଲି ନିନ୍ଦା କରିଥିଲେ । ଏଥିରେ ବିଜେଡି ନେତା ଅଶ୍ୱିନୀ ଦାସ, ବ୍ଲକ ଯୁବ ବିଜେଡ଼ି ନେତା ମନୋଜ କୁମାର ରାଉତ, ସମିତି ସଭ୍ୟ ସୋମ୍ୟରଂଜନ ରାଉତଙ୍କ ସହ ୯ପଂଚାୟତ ଛାତ୍ର ବିଜେଡି ଓ ମହିଳା ଯୋଗ ଦେଇଥିଲେ । ଶେଷରେ ସମିତିସଭ୍ୟ ଅଜୟ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।