ସବୁ ଚାଷୀଙ୍କ ଧାନ କ୍ରୟ କରିବା ଦାବି : ଅଖିଲ ଭାରତ କୃଷକ ସଭାର ବିକ୍ଷୋଭ
ଛତ୍ରପୁର: ଗଞ୍ଜାମ ଜିଲ୍ଲାରେ ସଠିକ ଭବେ ମଣ୍ଡି ଖୋଲି ଚାଷୀ ଓ ଭାଗ ଚାଷୀଙ୍କ ଧାନ କ୍ରୟ କରିବା, ଅଦିନିଆ ବର୍ଷାରେ ଫସଲ ନଷ୍ଟ ହୋଇଥିବା ଚାଷୀଙ୍କୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରିବା ସମେତ ବିଭିନ୍ନ ଦାବି ନେଇ ଶୁକ୍ରବାର ଅଖିଳ ଭାରତ କୃଷକ ସଭା ପକ୍ଷରୁ ରଣ ହୁଙ୍କାର ଦିଆଯାଇଛି । ନଚେତ ଆଗାମୀ ଦିନରେ ଚଷୀଙ୍କ ହିତ ଦୃଷ୍ଟିରୁ ରାଜରାସ୍ତା ଅବରୋଧ କରାଯିବ ବୋଲି ଅଖିଳ ଭାରତ କୃଷକ ସଭା ପକ୍ଷରୁ ଚେତାବନୀ ଦିଆଯାଇଛ । ଏନେଇ ଶହ ଶହ ଚାଷୀ ଏକତ୍ରିତ ହୋଇ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଷୋଭ ପ୍ରଦର୍ଶନ କରିବା ସହିତ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ପ୍ରଦାନ କରାଯାଇଛି । ପରେ ସ୍ଥାନୀୟ ଲୋୟରବସଷ୍ଟାଣ୍ଡଠାରେ ଆୟୋଜିତ ସମାବେଶରେ ଚାଷୀମାନେ ସେମାନଙ୍କ ଦାବି ଗୁଡିକ ଉପସ୍ଥାନ କରିଛନ୍ତି । ବର୍ତ୍ତମାନ ଚାଷୀ ଉପରେ ଦୁର୍ଦ୍ଦଶା ପଡିଛି, ଏଠି ସରକାରଙ୍କ ଯେଉଁ ପ୍ରକାର କଥା ସେଥିରେ ତାଳ ମେଳ ରହୁନି, ସରକାରଙ୍କ ଏଭଳି ନୀତି ଯୋଗୁଁ ଚାଷୀ ଓ ଭାଗ ଚାଷୀଙ୍କୁ ଆତ୍ମହତ୍ୟା କରିବା ପାଇଁ ବାଧ୍ୟ କରାଯାଉଛି । ଆଜି ସେଥିପାଇଁ ରାଜ୍ୟରେ ଚାଷୀଙ୍କ ଆତ୍ମହତ୍ୟା ବଢ଼ିବାରେ ଲାଗିଛି ବୋଲି ଅଖିଳ ଭାରତ କୃଷକସଭାର ଜିଲ୍ଲା ସଭାପତି ଶ୍ରୀହର୍ଷ ରଥ ଓ ସାଙ୍ଗଠନିକ ସମ୍ପାଦକ ନୀଳକଣ୍ଠ ଦାଶ କହିଛନ୍ତ । ଏଣୁ ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ କରିବା ସହିତ କୃଷି ଋଣ ଛାଡ କରିବା, ସମସ୍ତ ଚାଷୀ ଓ ଭାଗଚାଷୀଙ୍କ ଧାନ ମଣ୍ଡିରେ କ୍ରୟ କ୍ରୟ ନିମନ୍ତେ ଦାବି କରାଯାଇଛି । ଏନେଇ ପ୍ରାରମ୍ଭରେ ଅଖିଳ ଭାରତ କୃଷକ ସଭାର ସମ୍ପାଦକ ରାଜୀବ ଲୋଚନ ପଣ୍ଡାଙ୍କ ନେତୃତ୍ୱରେ ଶହ ଶହ ଚାଷୀ ଛତ୍ରପୁର ଲକ୍ଷ୍ମଣ ଭବନ ଠାରୁ ଏକ ରାଲିରେ ବାହାରି ସହର ପରିକ୍ରମା କରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଂଚିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମରେ ଅଖିଳ ଭାରତ କୃଷକ ସଭାର ଜିଲ୍ଲା ସଭାପତି ଶ୍ରୀହର୍ଷ ରଥ, କାର୍ଯ୍ୟକାରି ସଭାପତି ରଙ୍କନାଥ ସ୍ୱାଇଁ, ସମ୍ପାଦକ ରାଜୀବଲୋଚନ ପଣ୍ଡା, ଉପସଭାପତି ଶରତ ଚନ୍ଦ୍ର ପଟ୍ଟନାୟକ, ସାଙ୍ଗଠନିକ ସମ୍ପାଦକ ନୀଳକଣ୍ଠ ଦାଶ, ଡି. ଆଦି ନାରାୟଣ ରେଡ୍ଡୀ, ଏନ. ଗିରିଜା ପ୍ରସାଦ ରେଡ୍ଡୀ, ସୀମାଞ୍ଚଳ ସାହୁ, ପ୍ରଫୁଲ୍ଲ ପାଣିଗ୍ରାହୀ, ଦଣ୍ଡପାଣି ପାତ୍ର, ମଥୁରା ଚରଣ ସୁବୁଦ୍ଧି, ଗୁରୁନାଥ ପ୍ରଧାନ, ସତ୍ୟ ନାରାୟଣ ପାତ୍ର, ଭଗବାନ ଗୌଡ଼, କିଶୋର ଶତପଥୀ,ଲକ୍ଷ୍ମୀ ଚରଣ ପାଣିଗ୍ରାହୀ, ହରିହର ପାତ୍ର ଓ ଏସ. ତ୍ରିନାଥ ରେଡ୍ଡୀଙ୍କ ସମେତ ଶତାଧିକ ଚାଷୀ ସାମିଲ ଥିଲେ ।