ଜଗନ୍ନାଥ ମନ୍ଦିର ପୂଜକଙ୍କ ପରଲୋକ
ନୂଆପଡା : ନୂଆପଡ଼ା ଜିଲ୍ଲା ଖଡିଆଳ ବ୍ଲକ୍ ଅନ୍ତର୍ଗତ ଭୁଲିଆ ସିକୁଆଁ ଜଗନ୍ନାଥ ମନ୍ଦିର ପୂଜକ ପ୍ରସନ୍ନ ଯୋଷୀ(୬୫)ଙ୍କ ପରଲୋକ ହୋଇଯାଇଛି । ସେ ଜଗନ୍ନାଥ ମନ୍ଦିର ପ୍ରାରମ୍ଭରୁ ପୂଜକ ଭାବରେ କାର୍ଯ୍ୟ ତୁଲାଉଥିଲେ । ତାଙ୍କର ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ଅଛନ୍ତି । ତାଙ୍କ ପୁଅ ତାପସ ଯୋଷୀ ମୁଖାଗ୍ନି ଦେଇଥିଲେ । ସେ ଏକାଧାରରେ ଫୂଟବଲ ଖେଳାଳି, କଳାକାର ଓ ନାଟ୍ୟ ନିଦେ୍ର୍ଦଶକ ଥିଲେ । ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।