ତିନକୋ ଛକରେ ହାଇମାଷ୍ଟ ବ୍ୟବସ୍ଥା ଦାବି

ନୂଆପଡା : ଖଡ଼ିଆଳ ଠାରୁ ସିନାପାଲି ରାସ୍ତାରେ ଥିବା ତିନକୋ ଛକ ଠାରେ ହାଇମାଷ୍ଟ ଲାଇଟ୍ ବ୍ୟବସ୍ଥା କରିବାକୁ ଦାବି ହେଉଛି । ଏହି ଛକ ଠାରେ ଅନେକ ରାତି ପର୍ଯ୍ୟନ୍ତ ଲୋକଙ୍କ ଭିଡ ରହିଥାଏ । ବିଶେଷ କରି ରାୟପୁର ଯିବା ପାଇଁ ଅନେକ ଯାତ୍ରୀ ଏଠାରେ ରାତିରେ ଗାଡ଼ି ଅପେକ୍ଷାରେ ଥାଆନ୍ତି । କିନ୍ତୁ ଜଙ୍ଗଲ ଅଞ୍ଚଳ ହେତୁ ସମସ୍ୟା ଦେଖା ଦେଇଥାଏ । ଏହି ଛକ ଦେଇ ରାନିମୁଣ୍ଡା ଅଞ୍ଚଳର ଲୋକେ ବିଭିନ୍ନ ସ୍ଥାନକୁ ଯାଇଥାନ୍ତି । ଜଙ୍ଗଲ ଉପରେ ଥିବା ସମାଡପଦର୍ ଗ୍ରାମ ପାଇଁ ଏହା ଏକ ମୁଖ୍ୟ ଛକ । ଜରୁରୀକାଳୀନ ପରିସ୍ଥିତିରେ ଏହି ଛକକୁ ରାତିରେ ସେମାନଙ୍କୁ ଆସିବାକୁ ପଡ଼ିଥାଏ । ଏସବୁକୁ ଦୃଷ୍ଟିରେ ରଖି ଅନେକ ବର୍ଷ ହେଲା ହାଇମେକ୍ସ୍ ଲାଇଟ୍ ପାଇଁ ଅଞ୍ଚଳବାସୀ ଦାବି କରି ଆସୁଛନ୍ତି । କିନ୍ତୁ ପ୍ରଶାସନ କର୍ଣ୍ଣପାତ କରୁନାହିଁ । ଅତିଶୀଘ୍ର ଏ ଦିଗରେ ଦୃଷ୍ଟି ଦେବାକୁ ଲୋକେ ନିବେଦନ କରିଛନ୍ତି ।