ହୃଦଘାତରେ ପ୍ରଧାନଶିକ୍ଷକ ମୃତ
ନୂଆପଡା : ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଳକ ଲାଞ୍ଜି ଗ୍ରାମର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ଖଡ଼ିଆଳ ପାଟଣା କ୍ଷତ୍ରିୟ ସମାଜର ପୂର୍ବତନ କୁଳପତି ସବ୍ୟସାଚୀ ଦଣ୍ଡସେନାଙ୍କ ୭୫ ବର୍ଷ ବୟସରର ପରଲୋକ ହୋଇଯାଇଛି । ସେ ଜଣେ ଶାନ୍ତ ଶିଷ୍ଠ ବ୍ୟକ୍ତି ଥିଲେ । ତାଙ୍କର ମୃତୁ୍ୟରେ ଖଡ଼ିଆଳ ପାଟଣା କ୍ଷତ୍ରିୟ ସମାଜ ପକ୍ଷରୁ ଶୋକ ପ୍ରକାଶ କରାଯାଇଛି । ତାଙ୍କ ମୃତୁ୍ୟ ସମୟରେ ତାଙ୍କ ପୁଅ ଭରତ ଦଣ୍ଡସେନା ଜ୍ୱାଇଁ ସଂଜୟ ରାଉତ ସମେତ ପରିବାର ଓ ବନ୍ଧୁ ବାନ୍ଧନ ଉପସ୍ଥିତ ଥିଲେ । ସ୍ଥାନୀୟ ସ୍ମଶାନରେ ତାଙ୍କର ଅନ୍ତେଷ୍ଟି କ୍ରିୟା ଆସନ୍ତା କାଲି ଶନିବାର କରାଯିବ ବୋଲି ପରିବାର ସୂତ୍ରରୁ ପ୍ରକାଶ କରାଯାଇଛି ।