ଟ୍ରକ ଧକ୍କାରେ ନାବାଳକ ମୃତ

 ଗୋପ : ଗୋପ ଅଞ୍ଚଳରେ ଭାରୀଯାନ ବା ହାଇୱ ସହିତ ମାଲ ବୋଝେଇ ଟ୍ରକ ଗୁଡିକର ଅବାଧ ପ୍ରବେଶ ହେତୁ ଜଣେ ନବମ ଶ୍ରେଣୀ ଛାତ୍ର ଜୁନେଦର ମୃତୁ୍ୟ ଘଟିଛି  । ସୂଚନା ଅନୁସାରେ, ସୋମବାର ସକାଳ ୯ ଟା ସମୟରେ ଜୁନେଦ୍ କୌଣସି କରଣ ପାଇଁ ଗୋପ ବଜାର ଅତିକ୍ରମ କରୁଥିବା ସମୟରେ ଏକ ସେମେଣ୍ଟ ବୋଝେଇ ଟ୍ରକ ତା ଉପରେ ମେଡ଼ିଯାଇଥିଲା । ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଗୋପ ପୁଲିସ ଜବତ କରିଛି । ସ୍ଥାନୀୟ ଲୋକେ ତୁରନ୍ତ ଜୁନେଦକୁ ଗୋପ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଅବସ୍ଥା ଗୁରୁତର ହେବାରୁ ତାକୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନ୍ତାରିତ କରାଯାଇଥିଲା । ତେବେ ସେଠାରେ ଚିକିତ୍ସିତ ଅବସ୍ଥାରେ ତାର ମୃତୁ୍ୟ ଘଟିଥିବା ଜଣାପଡ଼ିଛି । ଏପଟେ ସ୍ଥାନୀୟ ବସ୍ତିବାସିନ୍ଦାଙ୍କ ପକ୍ଷରୁ ଗୋପ ଚାରିଛକ ମୁଖ୍ୟରାସ୍ତାକୁ ଦୀର୍ଘ ସମୟ ଧରି ଅବରୋଧ କରାଯାଇଥିଲା । ଟାଉନ ଭିତରେ ଭାରୀଯାନ କେଉଁ ସମୟରୁ କେଉଁ ସମୟ ମଧ୍ୟରେ ଯାତାୟାତ କରୁଛି ସ୍ଥାନୀୟ ପୋଲିସ ପ୍ରଶାସନ ପାଖରେ ତାର କୌଣସି ହିସାବ ରହୁନାହିଁ । ଅନ୍ତତଃ ସ୍କୁଲ ସମୟରେ ଗୋପ ବଜାର ମଧ୍ୟରେ କୌଣସି ଭାରୀଯାନ ଯାତାୟାତ ନକରିବାକୁ ଗୋପ ସୁରକ୍ଷା ମଞ୍ଚର ସଭାପତି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡାଙ୍କୁ ଅନୁରୋଧ କରିଛନ୍ତି ।