ଯୁବକଙ୍କ ଜୀବନ ବଞ୍ଚାଇଲେ ସିଦେ୍ଧଶ୍ୱରୀ
ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ପାଟଣାଗଡ ବ୍ଲକ ବଥର୍ଲା ଗ୍ରାମର ପୂର୍ବତନ ମନ୍ତ୍ରୀ ଅଇଁଠୁ ସାହୁଙ୍କ ପୁତୁରା ଚନ୍ଦ୍ରଗୁପ୍ତ ସାହୁ ବଲାଙ୍ଗିରର ଏକ ଘରୋଇ ହସ୍ପିଟାଲରେ ଚିକିସôିତ ହେଉଛନ୍ତି । ତାଙ୍କୁ ଅସ୍ତ୍ରୋପଚାର ପାଇଁ ଜରୁରୀ କାଳିନ ରକ୍ତ ଯୋଗାଡ କରିବାକୁ ଡାକ୍ତର ପରାମର୍ଶ ଦେଇଥିଲେ । ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ସଭାପତି ଅସୀମ କୁମାର ଭୋଇଙ୍କ ସହଯୋଗ କ୍ରମେ ସିଦେ୍ଧଶ୍ୱରୀ ପ୍ରଧାନ ଆସି ରକ୍ତଦାନ କରିଥିଲେ । ଏ ଅବସରରେ ରକ୍ତଦାତା ସିଦେ୍ଧଶ୍ୱରୀଙ୍କୁ ଯୁବ ସଂଗଠନ ତରଫରୁ ଫୁଲ ଗଛ ସହ ସମ୍ବର୍ଦ୍ଧିତ କରାଯାଇଥିଲା ।