ବେଆଇନ ଗୋରୁ ଚାଲାଣ
ନୂଆପଡା : ଖଡ଼ିଆଳ-ଭବାନୀପାଟଣା ରାସ୍ତାରେ ପ୍ରତ୍ଯେକ ବୁଧବାର ହଜାର ହଜାର ସଂଖ୍ୟାରେ ଗୋ ଚାଲାଣ ହେଉଥିବା ଅଭିଯୋଗ ହେଉଛି । ଏନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି । ଖବର ମତେ, ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ହାଟରୁ ଗାଈଗୋରୁ କ୍ରୟ କରି କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼କୁ ନିଆଯାଉଛି । ସେଠାରୁ ବାହାର ରାଜ୍ୟକୁ ପଠାଯାଉଥିବା ଖବର ସଂଗ୍ରହରୁ ଜଣାଯାଇଛି । କଣ୍ଟାବାଞ୍ଜିରୁ ଧର୍ମଗର୍ଡÿର ଦୂରତା ପ୍ରାୟ ୧୦୦ କିମି ହୋଇଥିବା ବେଳେ ଗାଈଗୋରୁ ସହିତ ଛୋଟଛୋଟ ବାଛୁରୀଙ୍କୁ ଅତି ନିର୍ମମଭାବେ ଦିନରାତି ଚଳାଇ ନିଆଯାଉଛି । କଷ୍ଟ ସହ୍ୟ କରିନପାରି ଅନେକ ଗାଈଗୋରୁ ରାସ୍ତାରେ ମୃତୁ୍ୟମୁଖରେ ପଡ଼ୁଥିବା ଅଭିଯୋଗ ହେଉଛି । ଏ ଦିଗରେ ପ୍ରଶାସନ ଜାଣିଶୁଣି କୌଣସି ପଦକ୍ଷେପ ନେଉନଥୁବାରୁ ଦିନକୁ ଦିନ ଏଭଳି ବେଆଇନ ଗୋରୁଚାଲାଣ ବୃଦ୍ଧି ପାଉଛି । ତେଣୁ ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି ।