ନାବାଳକ ମୃତୁ୍ୟ ରହସ୍ୟ ଉନ୍ମୋଚିତ : ଜେଲ୍ ହାଜତରେ ଅଭିଯୁକ୍ତ

ପୁରୀ : ଡ଼େଲାଙ୍ଗ ଥାନା ଅନ୍ତର୍ଗତ ରତନପୁରରେ ୧୧ବର୍ଷୀୟ ନାବାଳକ ନିଖୋଜ ଘଟଣାର ପର୍ଦ୍ଦାଫାସ କରିଛି ପୁରୀ ପୋଲିସ । ଯୌନସୁଖ ପାଇଁ ନାବାଳକକୁ ଏକ ପରିତ୍ୟକ୍ତ ଘରକୁ ଡ଼ାକିନେଇ ପରବର୍ତ୍ତୀ ସମୟରେ ତାକୁ ହତ୍ୟା କରାଯାଇଥିବା ଏସ୍.ପି ବିନିତ ଅଗ୍ରୱାଲ ପ୍ରକାଶ କରିଛନ୍ତି । 
ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଏସ୍.ପି ଶ୍ରୀ ଅଗ୍ରୱାଲ କହିଛନ୍ତି ଯେ ଡ଼େଲାଙ୍ଗ ଥାନାରେ ମୃତ ନାବାଳକର ପିତା ସୋମନାଥ ସାହୁ ଗତ ୧୫ ତାରିଖ ଦିନ ତାଙ୍କ ପୁତ୍ର ନିଖୋଜ ଥିବା ସଂପର୍କରେ ଅଭିଯୋଗ କରିବା ପରେ ପୋଲିସ ୧୪୫/୨୦୨୫ ନମ୍ବର ମାମଲା, ୧୪୦ (୧), ୧୦୩(୧), ୨୩୮, ୭୫/୮୪ ଜେଜେ (ସିଆଣ୍ଡପି), ପୋକ୍ସୋ ଆଇନର ୨୧୫/୦୮ ଧାରାରେ ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ସମୟରେ ଜଣାପଡ଼ିଥିଲା ଅଭିଯୁକ୍ତ ପ୍ରଭାକର ସାହୁ ଓରଫ ବାପି (୩୮) ଯିଏକି ସୋମନାଥଙ୍କ ପଡ଼ୋଶୀ ୧୫ ତାରିଖ ଦିନ ସୋମନାଥଙ୍କ ନାବାଳକ ପୁତ୍ର ସହିତ ତାଙ୍କ ଘରର ପଛପଟେ ଥିବା ଏକ ଭଙ୍ଗା ଘରେ ମୋବାଇଲ୍ରେ କିଛି ଭିଡ଼ିଓ ଚିତ୍ର ଦେଖିଥିଲେ । ଏହି ସମୟରେ ନାବାଳକକୁ ଅଧିକ ଗରମ ଲାଗିବାରୁ ସେ ପରିଧାନ କରିଥିବା ଗଞ୍ଜି କାଢି ଦେଇଥିଲା । ସେହି ସମୟରେ ବାପି ନାବାଳକକୁ ୪ଟି କ୍ରିକେଟ ବଲ୍ ଦେବାର ଲୋକ ଦେଖାଇ ତାର ଗୁପ୍ତାଙ୍ଗକୁ ସ୍ପର୍ଶ କରିଥିଲା । ୪ଟି ବଲ୍ ପାଇବା ଆଶାରେ ନାବାଳକ ଏଥିରେ ରାଜି ହୋଇଯାଇଥିଲା । ଘଟଣାର କିଛି ସମୟ ପରେ ନାବାଳକର ଦାଦା ତାକୁ ଡ଼ିନେଇଥିଲେ । ଏହି ସମୟରେ ନାବାଳକ ବାପିକୁ ୪ଟି କ୍ରିକେଟ ବଲ୍ ବାବଦରେ ୧୦୦ଟଙ୍କା ମାଗିଥିଲା । ବାପି ଟଙ୍କା ପରେ ଦେବ ବୋଲି କହିଥିଲା । ଟଙ୍କା ନଦେଲେ ଦାବା  ଏବଂ ଗ୍ରାମବାସୀଙ୍କ ଆଗରେ କହିଦେବ ବୋଲି ନାବାଳକ ବାପିକୁ କହିବାରୁ ବାପି ରାଗିଯାଇ ନାବାଳକକୁ ଚାପୁଡ଼ା ମାରିବା ସହ ତା ପାଟିରେ କପଡ଼ା ପୁରାରଇ ପାଟି ବନ୍ଦ କରିରଖିଥିଲା । ନାବାଳକଟି ପ୍ୟାଣ୍ଟରେ ମଳତ୍ୟାଗ କରିବା ସହ ବେହୋସ ହୋଇଯାଇଥିଲା । ବାପି ନାବାଳକଟିର ମୃତୁ୍ୟ ହୋଇଯାଇଛି ବୋଲି ଭାବି ନିକଟରେ ଥିବା କେଳୁଚରଣ ସାହୁଙ୍କ ଘରର ପାଇଖାନା ଟାଙ୍କିରେ ନାବାଳକକୁ ପୁରାଇ ଦେଇ ଟାଙ୍କିର ମୁହଁକୁ ଘୋଡ଼ାଇ ଦେଇ ଗ୍ରାମରୁ ଫେରାର ହୋଇଯାଇଥିଲା । ପୋଲିସ ତଦନ୍ତ କରି ୨୧ ତାରିଖ ଦିନ ସଂପୃକ୍ତ ପାଇଖାନା ଟାଙ୍କିରୁ ନାବାଳକର ମୃତ ଶରୀର ଉଦ୍ଧାର କରିବା ସହିତ ସଦର ମୁଖ୍ୟ ଚିକିସôାଳୟରେ ବ୍ୟବଚ୍ଛେଦ କରାଇଥିଲେ । 
୨୧ ତାରିଖ ଦିନ ବାପିକୁ ପୋଲିସ ଗିରଫ କରି ତାର ବୟାନ ଅନୁସାରେ ଆଉ ଗୋଟିଏ ପାଇଖାନା ଟାଙ୍କିରୁ ନାବାଳକ ପରିଧାନ କରିଥିବା ପୋଷାକ, ସାଇକେଲ ଚାବି, ୨ଟି ନଟୁ ଓ ଦଉଡ଼ି, ଗୋଟିଏ ଗାମୁଛା ଏବଂ ଅଭିଯୁକ୍ତର ଗୋଟିଏ ମୋବାଇଲ ଫୋନ୍ ପୋଲିସ ଜବତ କରିଛି । ଅଭିଯୁକ୍ତ ବାପିକୁ କୋର୍ଟଚାଲାଣ କରାଯିବା ପରେ ତାର ଜାମିନ ନାମଞ୍ଜୁର କରି ମାନ୍ୟବର କୋର୍ଟ ଜେଲ୍ ହାଜତକୁ ପଠାଇଦେଇଛନ୍ତି ବୋଲି ଏସ୍.ପି ଶ୍ରୀ ଅଗ୍ରୱାଲ ପ୍ରକାଶ କରିଛନ୍ତି ।