ଜିଲ୍ଲାସ୍ତରୀୟ ବିଶ୍ୱ ରେଡକ୍ରସ ଦିବସ
ଯାଜପୁର: ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲାସ୍ତରୀୟ ବିଶ୍ୱ ରେଡକ୍ରସ ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ରେଡକ୍ରସ ଶାଖା ଆୟୋଜିତ ଦିବସରେ ଅତିଥି ଭାବେ ଜିଲ୍ଲା ପରିଷଦ ସଭାପତି ନଳିନୀ ପ୍ରଭା ଜେନା ରେଡକ୍ରସ ଦିବସର ପାଳନ ଓ ଉଦେ୍ଦଶ୍ୟ ସମ୍ପର୍କରେ ଅବଗତ କରାଇଥିଲେ । ଦିବସରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲାପାଳ ତଥା ଉପାଧ୍ୟକ୍ଷ ଜିଲ୍ଲା ରେଡକ୍ରସ ଶାଖା ଯୁଧିଷ୍ଠିର ନାୟକ ରେଡକ୍ରସର ପ୍ରତିଷ୍ଠାତା ହେନେରୀ ଡୁନାଣ୍ଟଙ୍କ ସ୍ମରଣ ପାଇଁ ପ୍ରତିବର୍ଷ ମଇ ୮ତାରିଖକୁ ରେଡକ୍ରସ ଦିବସ ଭାବେ ପାଳନ କରାଯାଏ । ଦିବସରେ ଉପସ୍ଥିତଜିଲ୍ଲା ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଅଶୋକ କୁମାର ବେହୁରିଆ ରେଡକ୍ରସ ସଂଗଠନର ପ୍ରତିଷ୍ଠାତାଙ୍କ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସେ ୧୯୦୧ ମସିହାରେ ପ୍ରଥମେ ନୋବେଲ ଶାନ୍ତି ପୁରସ୍କାର ପ୍ରାପ୍ତ କରିଥଲେ ଏବଂ ପରେ ରେଡକ୍ରସକୁ ପୁନରାୟ ୨ ଥର ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଥିଲା ବୋଲି କହିଥିଲେ । ଜିଲ୍ଲା ରେଡକ୍ରସ ଶାଖାର ବରିଷ୍ଠ କାର୍ଯ୍ୟନିର୍ବାହୀ ସଦସ୍ୟ ଦିଗମ୍ବର କର ଓ ରମାକାନ୍ତ ଜେନା ଯୋଗଦେଇ ରେଡକ୍ରସ ସଭ୍ୟ ସଂଖ୍ୟା ବୃଦ୍ଧି କରିବା, ବିଭାଗୀୟ ଅଧିକାରୀ ମାନେ ରେଡକ୍ରସ ପାଣ୍ଠି ବୃଦ୍ଧି ପାଇଁ ସହଯୋଗ କରିବା, ସ୍ୱାସ୍ଥ୍ୟ ଶିବିର ଆୟୋଜନ, ବିଡିଓ ଓ ତହସିଲଦାର ମାନଙ୍କୁ ଅନ୍ତର୍ଭୁକ୍ତ କରିବା ଏବଂ ରେଡକ୍ରସର ମୌଳିକ ନୀତି ଆଦର୍ଶ ଉପରେ ସଚେତନ କରାଇବା ଉପରେ ଗୁରୁତ୍ୱାରୋପ କରିଥିଲେ । ଜିଲ୍ଲା ରେଡକ୍ରସ ଶାଖାର ସମ୍ପାଦକ କୁଳମଣି ନାୟକ ଅତିଥି ପରିଚୟ ସହ ସ୍ୱାଗତ ଅଭିଭାଷଣ ରଖିଥିଲେ । ଗତ ଆର୍ଥôକ ବର୍ଷରେ ୫୬,୯୪,୧୭୭ ଟଙ୍କା ରେଡ୍କ୍ରସ ପାଣ୍ଠିରେ ଆଦାୟ ହୋଇଥିବା ବେଳେ ୪୨,୫୭,୦୯୪ ଟଙ୍କା ଖର୍ଚ୍ଚ ହୋଇଥିବା ପ୍ରକାଶ କରାଯାଇଥିଲା । ପଚାଶ ହଜÿାର ଟଙ୍କାରୁ ଉର୍ଦ୍ଧ୍ୱ ପାଣ୍ଠି ପ୍ରଦାନ କରିଥିବା ବିଭାଗୀୟ ଅଧିକାରୀଙ୍କୁ ଅତିଥି ମାନେ ଉପଢୌକନ ଓ ପ୍ରମାଣପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ ।
ଅବକାରୀ ଅଧିକ୍ଷକ, ଉପନିଦେ୍ର୍ଦର୍ଶକ ଖଣି, ଯାଜପୁର ରୋଡ଼ ଓ ତହସିଲଦାର ଧର୍ମଶାଳା ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ହାସଲ କରି ସମ୍ମାନିତ ହୋଇଥିଲେ । ଦିବସ ଅବସରରେ ଅଧ୍ୟକ୍ଷା, ଯାଜପୁର ମୁନିସିପାଲିଟି ରଞ୍ଜୁଲତା ହୋତା ଅନ୍ୟତମ ଅତିଥି ଭାବେ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ, ବିଭାଗୀୟ ଅଧିକାରୀ, ବିଭିନ୍ନ ବିଦ୍ୟାଳୟର ଜୁନିଅର ରେଡକ୍ରସ, ୟୁଥ ରେଡକ୍ରସ ଛାତ୍ରଛାତ୍ରୀ, ଏବଂ ମହାବିଦ୍ୟାଳୟର ଅଧ୍ୟାପକ, ସ୍ୱେଛାସେବୀ ଉପସ୍ଥିତ ଥିଲେ । ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀକାମିନୀ ରଞ୍ଜନ ପଟ୍ଟନାୟକ ଧନ୍ୟବାଦ୍ ଅର୍ପଣ କରିଥିଲେ ।