ସପ୍ତସତୀ ଚଣ୍ଡି ବିଶ୍ୱଶାନ୍ତି ମହାଯଜ୍ଞ

ଧର୍ମଶାଳା : ବ୍ଲକ ଗଙ୍ଗାଧରପୁର ପଞ୍ଚାୟତ ନୂଆଗାଁସ୍ଥିତ ମା’ପଳାଶବୁଢ଼ୀ ପୀଠରେ ୧୯ତମ ସପ୍ତସତୀ ଚଣ୍ଡୀ ବିଶ୍ୱଶାନ୍ତି ମହାଯଜ୍ଞ ଉତ୍ସବ ଅନୁଷ୍ଠିତ ହୋଇଛି । କର୍ତାଭାବେ ସୁନୀଲ ସ୍ୱାଇଁ ଓ ତାଙ୍କ ଧର୍ମପନôୀ ସୁଜାତା ସ୍ୱାଇଁ ସଂକଳ୍ପରେ ବସିଥିଲେ । କଳସ ଯାତ୍ରା, ସୂର୍ଯ୍ୟପୂଜା, ଗୁରୁପୂଜା, ଗୋପୂଜା ଓ ଯଜ୍ଞକୁଣ୍ଡରେ ଅଗ୍ନି ସଂଯୋଗ କରାଯାଇ ଯଜ୍ଞଉତ୍ସବ ହୋଇଥିଲା । ସୂର୍ଯ୍ୟନାରାୟଣ ପୂଜା, ଗୁରୁପୂଜା, ଗୋମାତା ପୂଜା, ବିଗ୍ରହ ପୂଜା ଅନୁଷ୍ଠିତ ହୋଇଥିବା ବେଳେ ଆସନ୍ତା କାଲି ପୂର୍ଣ୍ଣାହୂତି କରାଯିବ ।