ଯୁବକଙ୍କ ଆତ୍ମହତ୍ୟା
ବ୍ରହ୍ମବରଦା : ବେକରେ ରଶି ଜଣେ ଯୁବକ ଆତ୍ମହତ୍ୟା କରିଥିବା ନେଇ ବ୍ରହ୍ମବରଦା ଥାନାରେ ଅଭିଯୋଗ ହୋଇଛି । ଆହତ୍ୟା କରିଥିବା ଯୁବକ ବ୍ରହ୍ମବରଦା ଥାନା ଅଧିନ ବନ୍ଧଢିଅ ପଂଚାୟତର ମିଟୁ ମଲ୍ଲିକଙ୍କ ପୁଅ ବବୁଲୁ (୧୮) ବୋଲି ଜଣାପଡିଛି । ଖବର ମତେ ଗତ ଗୁରୁବାର ରାତି ୯ ଟାରେ କୌଣସି କାରଣରୁ ମିଟୁ ନିଜ ଘର ଭିତରେ ଲୁଗାକୁ ବେକରେ ଭିଡି ଫ୍ୟାନରେ ଝୁଲି ପଡିଥିଲେ । ପରିବାର ଲୋକେ ଏହା ଜାଣିପାରି ତାଙ୍କୁ ତୁରନ୍ତ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଯାଜପୁର ମେଡିକାଲକୁ ନେଇଯାଇଥିଲେ । କିନ୍ତୁ ସେଠାରେ ତାଙ୍କର ମୃତୁ୍ୟ ଘଟିଥିଲା । ଏନେଇ ବ୍ରହ୍ମବରଦା ପୋଲିସ କେସ୍ ନଂ ୧୦/୨୫ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶୁକ୍ରବାର ଶବ ବ୍ୟବଚ୍ଛେଦ ପରେ ତାର ପରିବାରକୁ ହସ୍ତାନ୍ତର କରାଯାଇଥିବା ଜଣାପଡିଛି ।