କାନ୍ଥ ଭୁଶୁଡି ମହିଳାଙ୍କ ମୃତୁ୍ୟ

ତେନ୍ତୁଳିଖୁଣ୍ଟି : ତେନ୍ତୁଳିଖୁଣ୍ଟି ବ୍ଲକ୍ ଅନ୍ତର୍ଗତ ଦିଗିସଲପା ଗ୍ରାମ ନିବାସୀ ଯମୁନା ବିଷୋୟୀ (୬୬) ଆଜି ନିଜ ଘର କାନ୍ଥ ଭୁଷୁଡି ପଡିଯିବାରୁ ମୃତୁ୍ୟ ହୋଇଛି । ସେ ରହୁଥିବା ଘର ବହୁ ପୁରୁଣା ଇନ୍ଦିରା ଆବାସ ଘର ତିଆରି ହୋଇଥିବା ବେଳେ ସେ ଏକାକୀ ରହି ଆସୁଥିବା ଜଣାପଡିଛି । ଆଜି ସକାଳେ ୯ଟା ବେଳେ ଘର କାନ୍ଥ ଭୁଷୁଡିଯିବାରୁ ତାଙ୍କର ପରଲୋକ ଘଟିଛି । ସକଳେ ଘର କାନ୍ଥ ପାର୍ଶ୍ୱରେ ଯମୁନା କାମ କରୁଥିବା ସମୟରେ କାନ୍ଥଟି ଉପରେ ପଡିଯାଇଥିଲା ଓ ତାଙ୍କର ହଠାତ୍ ମୃତୁ୍ୟ ହୋଇଥିବା ସୂଚନା ମିଳିଥିଲା  । ତାଙ୍କ ଶରୀରକୁ ଶବ ବ୍ୟବଚ୍ଛେଦ ପାଇଁ ନବର ଙ୍ଗପୁର ବଡ ଡାକ୍ତରଖାନାକୁ ପଠାଯାଇଛି । ତେନ୍ତୁଳିଖୁଣ୍ଟି ପୁଲିସ ଏହାକୁ ଏକ ଅପମୃତୁ୍ୟ ମାମଲା ରୁଜୁ କରି ପରିବାରକୁ ଶବ ହସ୍ତାନ୍ତର କରିଥିଲେ । ଏହି ଖବର ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି  ।