ସଡ଼କ ଦୁର୍ଘଟଣାରେ ଜଣେ ମୃତ

ଆସିକା : ଆସିକା ଥାନା ଅନ୍ତର୍ଗତ ଦେବ ଭୂମି ଛକ ନିକଟରେ ଦୁର୍ଘଟଣା ଘଟିଛି । ଏଥିରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହୋଇ ଜଣେ ମୃତ ଦୁଇ ଗୁରୁତର ହୋଇଛନ୍ତି । ମୃତକ ଜଣକ ହେଲେ କର୍ପୁର ନୁଆଁ ଗାଁର ରାଜୁ ବେହେରା । ଆହତ ମାନଙ୍କୁ ଆସିକା ଅଗ୍ନିଶମ ବାହିନୀ ଉଦ୍ଧାର କରି ଆସିକା ଉପଖଣ୍ଡ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।