୪୦ଜଣ ହିତାଧିକାରୀଙ୍କୁ ବର୍ଦ୍ଧିତ ଭତ୍ତା ପ୍ରଦାନ

ଭଣ୍ଡାରିପୋଖରୀ: ଭଣ୍ଡାରିପୋଖରୀ ବ୍ଲକ ମିଶନ୍ତ ଶକ୍ତି ସଭାକକ୍ଷରେ ଗୁରୁବାର ୮୦ବର୍ଷରୁ ଉର୍ଦ୍ଧ ୪୦ ଜଣ ହିତାଧିକାରୀଙ୍କୁ ବର୍ଦ୍ଧିତ ୩ହଜାର ୫ଶହ ଟଙ୍କା ଭତ୍ତା ପ୍ରଦାନ କରାଯାଇଛି । ବିଡିଓ ଦେବଦତ୍ତ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବିଧାୟକ ସଞ୍ଜିବ କୁମାର ମଲ୍ଲିକ, ସାଂସଦ ପ୍ରତିନିଧି ଡଃ ସୁଧାଂଶୁ ଶେଖର ନାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଯେନା, ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁମତୀ ସେଠୀ, ଉପାଧ୍ୟକ୍ଷ ପ୍ରଣିତିକାନ୍ତି ସାମଲ, ଜିଲ୍ଲା ପରିଷଦ ସଦସ୍ୟ ଉକôଳ କେଶରୀ ମହାନ୍ତି ଓ ଲକ୍ଷ୍ମୀଧର ସାହୁ ଅତିଥି ଭାବେ ଯୋଗଦେଇ ୮୦ ବର୍ଷ ଅତିକ୍ରମ କରିଥିବା ଭତ୍ତା ହିତାଧିକାରୀ ୪୦ ଜଣଙ୍କୁ ପ୍ରତ୍ୟେକ ୩ହଜାର ୫ ଶହ ଟଙ୍କା ଲେଖାଏଁ ଭତ୍ତା ପ୍ରଦାନ କରିଥିଲେ । ବାଲିପୋଖରୀ, ବିଷ୍ଣୁପୁର, ଦକ୍ଷିଣବାଡ, କୁରିଗାଁ, ନାଆମୀ, ନଗୁଆଁ, ନେରଡା, ନିର୍ଗୁଣ୍ଡି, ପାଟୁଳି, ରାମଚନ୍ଦ୍ରପୁର, ରହଣିଆ, ରାଜେନ୍ଦ୍ରପୁର, ବୟାବନାପୁର, ଜଳମଣ୍ଡୁଆ ସରପଞ୍ଚଙ୍କ ସମେତ ବ୍ଲକ ସାମାଜିକ ସୁରକ୍ଷା ଅଧିକାରିଣୀ ସାନ୍ତ୍ୱନା ଦାସ, କର୍ମଚାରୀ ସୁଧାଂଶୁ ପାଢୀ ଉସôବରେ ଉପସ୍ଥିତ ଥିଲେ ।