ଯୁବକ ନିଖୋଜ
ଭଣ୍ଡାରିପୋଖରୀ : ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ନପଙ୍ଗ ପଞ୍ଚାୟତ ଭାଟଣା ଗ୍ରାମର ଭରତ ଦାସଙ୍କ ୩୫ ବର୍ଷୀୟ ପୁଅ ଉକôଳ ଗତ ୯ ତାରିଖ ବିଳମ୍ବିତ ରାତ୍ରରେ ଘରୁ ନିଖୋଜ ହୋଇଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ସଂପୃକ୍ତ ଯୁବକ ସ୍ୱାଭାବିକ ଭାବେ ଖାଦ୍ୟ ଗ୍ରହଣ କରି ଶୋଇଥିଲା । ପ୍ରତୁ୍ୟଷରେ ବିଛଣାରେ ନଥିବା ପରିବାର ଲୋକେ ଦେଇଥିଲେ । ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ବିଫଳ ହେବାରୁ ଭରତର ବଡବାପା ଶତୃଘନ ଦାସ ରବିବାର ଥାନାରେ ଅଭିଯୋଗ କରିଥିବା ଜଣାଯାଇଛି । ଏଥିନେଇ ନିଖୋଜ ମାମଲା ୬୩/୨୫ନଂ ଋଜୁ ହୋଇଥିବା ଜଣାଯାଇଛି । ପୁଲିସ ଯୁବକର ସନ୍ଧାନ ପାଇଁ ଉଦ୍ୟମ ଚଳାଇଛି ବୋଲି ଥାନାଧିକାରୀ କମଳାକାନ୍ତ ଦାସ ସୂଚନା ଦେଇଛନ୍ତି ।