ବଜ୍ରପାତରେ ଗାଈ ଓ ଛେଳି ମୃତୁ୍ୟ
ବୁଗୁଡା : ବୁଗୁଡା ବ୍ଲକର ମାଣିତରା ଗ୍ରାମରେ ଗତ ସୋମବାର ସନ୍ଧ୍ୟାରେ ବଜ୍ରପାତ ଘଟି ରମେଶ ଗୌଡ଼ଙ୍କ ଗୋଟିଏ ଗାଈ ଓ ଗୋଟିଏ ଛେଳି ମୃତୁ୍ୟ ବରଣ କରିଥିବା ଜଣାଯାଇଛି । ରମେଶ ଗୌଡ଼ ନିଜର ଗାଈ ଓ ଛେଳି ଚରାଇବାକୁ ଯାଇଥିବା ବେଳେ ବଜ୍ରପାତ ସହ ବର୍ଷା ହୋଇଥିଲା । ବର୍ଷା ଯୋଗୁଁ ଗାଈ ଓ ଛେଳି ଗୁଡିକ ଗଛ ତଳକୁ ଚାଲି ଯାଇଥିଲେ । ସେହି ସମୟରେ ଏକ ବଡ ଧରଣର ବଜ୍ରପାତ ଯୋଗୁଁ ଗୋଟିଏ ଗାଈ ଓ ଗୋଟିଏ ଛେଳି ମୃତୁ୍ୟବରଣ କରିଥିଲେ । ଗୋପାଳକ ରମେଶ ଗୌଡ଼ ଜଣେ ଗରିବ ଶ୍ରେଣୀର ବ୍ୟକ୍ତି ହୋଇଥିବା ବେଳେ ସରକାରୀ ସାହାଯ୍ୟ ପାଇଁ ଦାବି ହୋଇଛି ।