ଆସିକା ସାଂସଦଙ୍କ ହିଞ୍ଜିଳି ଥାନା ପରିଦର୍ଶନ
ହିଞ୍ଜିଳିକାଟୁ : ଆସିକା ଲୋକସଭା ସାଂସଦ ଅନିତା ଶୁଭ ଦର୍ଶିନୀ ରବିବାର ହିଞ୍ଜିଳି ଗସ୍ତରେ ଆସି ହିଞ୍ଜିଳି ଥାନା ପରିଦର୍ଶନ କରିଥିଲେ । ଭାରପ୍ରାପ୍ତ ଥାନା ଅଧିକାରୀ ଶ୍ରୀନିବାସ ସେଠୀ ଓ ସମସ୍ତ କର୍ମଚାରୀ ସାଂସଦଙ୍କୁ ପୁଷ୍ପଗୁଚ୍ଛ ଦେଇ ପାଛୋଟି ନେଇଥିଲେ । ସାଂସଦ ହିଞ୍ଜିଳି ଥାନା ଅଞ୍ଚଳର ଆଇନ ଶୃଙ୍ଖଳା ପରିସ୍ଥିତି, ଅସାମାଜିକ କାର୍ଯ୍ୟକଳାପ, ସାଧାରଣ ଲୋକଙ୍କ ସୁରକ୍ଷା ଓ ନିରାପତ୍ତା, ଥାନାରେ ଆବଶ୍ୟକ କର୍ମଚାରୀ ସଂଖ୍ୟା ଓ ଅନ୍ୟାନ୍ୟ ସୁବିଧା ଅସୁବିଧା ବିଷୟରେ ସମୀକ୍ଷା କରିଥିଲେ । ଦୋଷୀକୁ ଦଣ୍ଡ କିନ୍ତୁ ନିଦେ୍ର୍ଧାଷକୁ ନ୍ୟାୟ ପ୍ରଦାନ ଦେବାରେ ସହଯୋଗ କରିବା ପାଇଁ ଥାନା ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ ।