‘ଉକଳ ପ୍ରସଙ୍ଗ’ଓ ‘ଓଡିଶା ରିଭୁ୍ୟ’ର ସ୍ୱତନ୍ତ୍ର ସଂଖ୍ୟା ପାଇଁ ଲେଖା ଆହ୍ୱାନ
ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ‘ଉକôଳ ପ୍ରସଙ୍ଗ’ ଏବଂ ‘ଓଡିଶା ରିଭୁ୍ୟ’ର ସ୍ୱତନ୍ତ୍ର ସଂଖ୍ୟା ପ୍ରକାଶ ପାଇବ । ଏଥିରେ ବିଗତ ଏକ ବର୍ଷ ମଧ୍ୟରେ ରାଜ୍ୟ ସରକାର ପ୍ରଣୟନ କରିଥିବା ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଓ କାର୍ଯ୍ୟକ୍ରମ ସହ ଉନ୍ନୟନମୂଳକ ପ୍ରକଳ୍ପ ଏବଂ ସଫଳତାର କାହାଣୀ ସମ୍ବଳିତ ଆଲେଖ ପ୍ରକାଶ ପାଇବ । ଏହି ଏକ ବର୍ଷ ମଧ୍ୟରେ ରାଜ୍ୟର ବିକାଶରେ ଯେଉଁ ମୂଳଦୁଆ ପଡିଛି ତାହାର ଏକ ଚିତ୍ର ଜନସାଧାରଣଙ୍କ ସମ୍ମୁଖରେ ଉପସ୍ଥାପନ କରିବା ପାଇଁ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଲେଖା ଆହ୍ୱାନ କରାଯାଇଛି । ଇଚ୍ଛୁକ ବ୍ୟକ୍ତିମାନେ ସୂଚନା ଓ ଲୋକସମ୍ପର୍କ ବିଭାଗର ଇମେଲ- ଙ୍କକ୍ଟ୍ରକ୍ଟକ୍ସସକ୍ଟ୍ରକ୍ସଅଶଜ୍ଞବସକ୍ଷ.ମକ୍ଟଜ୍ଞରେ ୨୦୨୫ ଜୁନ୍ ୨ ତାରିଖ ସୁଦ୍ଧା ଲେଖା ପଠାଇବାକୁ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଅନୁରୋଧ କରାଯାଉଛି ।