ଦୁର୍ଘଟଣାରେ କାକା-ପୁତୁରା ମୃତ

 ନୂଆପଡା: ନୂଆପଡ଼ା ଥାନା କାଟେନଛୁଆଁ ପଞ୍ଚାୟତ ତିଳେଇଝର ଗାଁ ମୁଣ୍ଡରେ ବୁଧବାର ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଭାରସାମ୍ୟ ହରାଇ ବାଇକ୍ ଗଛରେ ପିଟି ହୋଇଯିବାରୁ କାକା-ପୁତୁରାଙ୍କ ମୃତୁ୍ୟ ଘଟିଛି । ମୃତକ ହେଲେ ତିଳେଇଝର ଗାଁର ପରମେଶ୍ୱର ତାଣ୍ଡି (୧୮) ଓ ପୁତୁରା ପୁରୁଷୋତ୍ତମ ତାଣ୍ଡି(୨୦) । ସନ୍ଧ୍ୟାରେ ଉଭୟେ ଏକ ବାଇକରେ ନୂଆପଡ଼ା ଆଡ଼କୁ ଆସୁ ଥିଲେ  । ଗାଁ ମୁଣ୍ଡରେ ବାଇକ୍ ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଯାଇଥିଲା । ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ନୂଆପଡ଼ା ଜିଲ୍ଲା ଚିକିସôାଳୟରେ ଭର୍ତ୍ତି କରିଥିଲେ । ହସ୍ପିଟାଲରେ କାକା ପରମେଶ୍ୱରଙ୍କୁ ଡାକ୍ତର ମୃତଘୋଷଣା କରିଥିଲେ । ପୁରୁଷୋତ୍ତମଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହେବାରୁ ବୁର୍ଲା ସ୍ଥାନାନ୍ତର କରାଯାଉଥିଲା  । ପଦ୍ମପୁର ନିକଟରେ ପୁରୁଷୋତ୍ତମ ମୃତୁ୍ୟ ହୋଇଯାଇଥିଲା । ସନ୍ଧ୍ୟା ହେବାରୁ ମୃତଦେହ ବ୍ୟବଚ୍ଛେଦ ହୋଇପାରିନାହିଁ । ଗୁରୁବାର ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯିବ ବୋଲି ଆଇଆଇସି ଗଙ୍ଗାଧର ମେହେର ସୂଚନା ଦେଇଛନ୍ତି । କାକା, ପୁତୁରାଙ୍କ ଏଭଳି ମୃତୁ୍ୟ ନେଇ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।