ଯୁବ ମେକାନିକଙ୍କ ଅକାଳ ବିୟୋଗ

 ହିଞ୍ଜିଳିକାଟୁ :  ହିଞ୍ଜିଳିକାଟୁ ଅଞ୍ଚଳର ଜଣାଶୁଣା ଯୁବ ଗାଡି ମେକାନିକ ପ୍ରତାପ ଚନ୍ଦ୍ର ପ୍ରଧାନ (ପିଣ୍ଟୁ)ଙ୍କ ୪୨ ବର୍ଷ ବୟସରେ ମଙ୍ଗଳବାର ରାତ୍ର ଅକାଳ ବିୟୋଗ ହୋଇଛି । ସେ ଦୀର୍ଘଦିନ ହେଲା ଚିକିସôା ଧୂନ ଥିଲେ । ମଙ୍ଗଳବାର ପିଣ୍ଟୁ ଅସୁସ୍ଥ ଅନୁଭବ କରିବାରୁ ଭାଇ ପ୍ରଶାନ୍ତ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିସôାଳୟରେ ଭର୍ତ୍ତି କରିଥିଲେ । ଚିକିସôାଧୀନ ଅବସ୍ଥାରେ ତାଙ୍କର ମୃତୁ୍ୟ ହୋଇଥିବା ଜଣାପଡିଛି । ଶ୍ରୀ ପ୍ରଧାନ ପୂର୍ବତନ ବିଜେଡି କାଉନସିଲରଙ୍କ ବଡ ଭାଇ ଜଣେ  ମିଷ୍ଟଭାଷି, ମେଳାପି ବ୍ୟକ୍ତି ଥିଲେ ।  ସ୍ଥାନୀୟ ହିଞ୍ଜିଳିକାଟୁ ଘୋଡାହଡ ନଦୀ କୂଳ ଶ୍ମଶାନରେ ଅନ୍ତେଷ୍ଟିକ୍ରୀୟା ସମ୍ପାଦନା ହୋଇଛି ।