ଗାଡି ଧକ୍କାରେ ବୃଦ୍ଧ ମୃତ

 ନୂଆପଡା : ନୂଆପଡା ଜିଲ୍ଲା ଖଡ଼ିଆଳ ଥାନା ଅନ୍ତର୍ଗତ ୩୫୩ ଜାତୀୟ ରାଜପଥ ଲୋହରାପାଲି ସ୍କୁଲ ନିକଟରର ଅଜଣା ଗାଡ଼ି ଧକ୍କାରେ ଜଣେ ବୃଦ୍ଧ ମୃତ ହୋଇଥିବା ଜଣା ପଡ଼ିଛି ମୃତ ବୃଦ୍ଧ ହେଲେ ବରପଦର ଗାଁର ନୀଳମଣି ବେହେରା (୬୫) ବୋଲି ଜଣାପଡିଛି କ୍ଷ ସୂଚନା ମତେ ବରପଦର ଗ୍ରାମର  ନୀଳମଣି ବେହେରା ସାଇକେଲ ଯୋଗେ ଖଡ଼ିଆଳ ରୁ ପରିବାର କିଣି ଫେରୁଥିବା ସମୟରେ ଲୋହରାପାଲି ହାଇସ୍କୁଲ ସାମନା ଏକ ଅଜଣା କାର ପଛପଟୁ ଧକ୍କା ଦେଇଥିଲା  । ଯାହାଫଳରେ ନୀଳମଣି ଗୁରୁତର ଆହତ ହୋଇଥିଲେ  । ଗୁରୁତର ନୀଳମଣିଙ୍କୁ ପ୍ରଥମେ ଖଡ଼ିଆଳ ଉପଖଣ୍ଡ ଚିକିସôାଲୟ ଓ ପରେ ଖଡ଼ିଆଳ ମିଶନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା  । ଚିକିସôା ଧିନ ଅବସ୍ଥାରେ ଡାକ୍ତର ମୃତ ଘୋଷଣା କରିଥିଲେ  । ମିଶନ ଡାକ୍ତର ଖଡ଼ିଆଳ ଥାନା କୁ ସୂଚନା ଦେଲା ପରେ ସବ ଇନିସ୍ପ?କ୍ଟର ଅଶୋକ କୁମାର ବିହାରୀ ଘଟଣା ସ୍ଥଳରେ ପହଞ୍ଚି ସବ କୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ପରେ ପରିବାର କୁ ହସ୍ତାନ୍ତର କରିଥିଲେ  ।