ଚୋରି ମାମଲାରେ ଅଭିଯୁକ୍ତ କୋର୍ଟଚାଲାଣ
ପାଣିକୋଇଲି: ଶୁକ୍ରବାର ଗାଡିରୁ ମୋବାଇଲ ଓ ଟଙ୍କା ଚୋରି ମାମଲାରେ ପାଣିକୋଇଲି ପୁଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ସୋତି ଗ୍ରାମର ପରମେଶ୍ୱର ଦାଶଙ୍କ ପୁଅ ଭବାନୀ ଶଙ୍କର ଠାରୁ ପୁଲିସ ମୋବାଇଲ ଓ ଟଙ୍କା ଜବତ କରିଛି । ଖବରମତେ ଗୁରୁବାର ଭୋର ସମୟରେ ୧୬ନଂ ଜାତୀୟ ରାଜପଥ ସାହାପୁର ପାର୍କିଂରେ ଜେଏଚ୦୧ଇଜି-୭୦୭୬ ପିକଅପ ରଖି ଚାଳକ ରାଞ୍ଚô ଜିଲା ଗୁଡୁମୁ ଥାନା ଅର୍ନ୍ତଗତ ଚାମା ମୁନ୍ନାନାମାଟୋଲି ଗ୍ରାମର ଅଜୟ ଯାଦବ ଶୋଇଥିଲା । ଏହାର ସୁଯୋଗରେ ଦୃବୃର୍ତ ଗାଡଇରୁ ମୋବାଇଲ ଓ ନଗଦ୨୦ହଜାର ଶହେ ଟଙ୍କା ଚୋରି କରିନେଇଥିଲା । ଏନେଇ ଅଜୟ ପାଣିକୋଇଲି ଥାନାରେ ଅଭିଯୋଗ କରିବା ପରେ ପୁଲିସ ୧୩୧/୨୫ରେ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରି ଅଭିଯୁକ୍ତ ଭବାନୀ ଶଙ୍କରକୁ ଗିରଫ କରିଥିଲା ।