କାଠ ବୋଝେଇ ଟ୍ରାକ୍ଟର ଜବତ

 ଗୋଲାମୁଣ୍ଡା : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ କେଗାଁ ବନ ବିଭାଗ ଦ୍ୱାରା କାଠ ବୋଝେଇ ଟ୍ରାକ୍ଟର ଜବତ ହୋଇଥିବା ଜଣାପଡିଛି । ସୂଚନାରୁ ପ୍ରକାଶ ଗତକାଲି ବିଳମ୍ବିତ ରାତ୍ରିରେ ଗଣ୍ଡାମେର ପଞ୍ଚାୟତ ବାବେଗୁଡାରୁ ଏକ ଟ୍ରାକ୍ଟର ଯୋଗେ କାଠ ବୋଝଇ କରି ଚିଚିଆ ଅଭିମୁଖେ ରପ୍ତାନି କରୁଥିବା ସମୟରେ କୌଣସି ମତେ ଖବର ପାଇକେଗାଁ ବନ ବିଭାଗ ଚଢ଼ାଉ କରିଥିଲା । ବୃନ୍ଦାବାହାଲ ପଞ୍ଚାୟତ ଅଫିସ ସମ୍ମୁଖରେ ଟ୍ରାକ୍ଟରକୁ ଜବତ କରି ଦଶପୁର ବନପାଳଙ୍କ କାର୍ଯ୍ୟାଳୟକୁ ନେଇଯାଇଥିଲେ । ଆଜି ଟ୍ରାକ୍ଟର ଡ୍ରାଇଭର ଭୀଷ୍ମ ନାଏକ(୨୯) ଙ୍କୁ କୋର୍ଟ ଚାଲାଣ କରିଥିବା ବନ ବିଭାଗ ଅଧିକାରୀ ଚିନ୍ମୟ ଗର୍ତିଆ ପ୍ରକାଶ କରିଛନ୍ତି । ହେଲେ ଟ୍ରାକ୍ଟରଟି ଦୁଇ ଦିନ ତଳେ ସ୍ୱରାଜ କମ୍ପାନୀ ଠାରୁ ବାହାରିଥିବାରୁ ତାର ରେଜିଷ୍ଟ୍ରସନ ନମ୍ବର ହୋଇ ନ ଥିବା ସୂଚନା ମିଳିଛି ।