କପିକୁ ନେଇ ଗୋଷ୍ଠୀ ସଂଘର୍ଷ

 ଆନନ୍ଦପୁର : କପି ଦେବାକୁ ନେଇ ଦୁଇ ଗ୍ରାମ ମଧ୍ୟରେ ଗୋଷ୍ଠି ସଂଘର୍ଷ ଘଟିଥିବା ବେଳେ ୪ଜଣ ଆହତ ହୋଇଛନ୍ତି । ଖବର ମତେ ଘସିପୁରା ଶିକ୍ଷା ସର୍କଲ ଅଧିନ ଦେଓଗାଁ କୁଶଳେଶ୍ୱର ହାଇସ୍କୁଲରେ ତରିମୂଳ, କେଶଦୁରାପାଳ, ବଳରାମପୁର ଏବଂ ଦେଓଗାଁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ସେଂଟର ପଡିଥିଲା । ବରିପାଳ ଗ୍ରାମର ଅଭିଷେକ ଦାସ ଆଜି ପରୀକ୍ଷା ଦେଉଥିବା ବେଳେ ଝରକା କଡରେ ତାଙ୍କର ସିଟ ପଡିଥିଲା । ଏହି ସମୟରେ ତରିମୂଳ ଗ୍ରାମର କିଛି ଯୁବକ ଝରକାବାଟ ଦେଇ କପି ପଠାଇଥିଲେ । ଯଦ୍ୱାରା କି ଅଭିଷେକଙ୍କ ଅଭିଭାବକ ମାନେ ସେପଟେ ତରିମୂଳ ପିଲା ମାନଙ୍କୁ କପି ଦେବାକୁ ମନା କରିଥିଲେ । ଘଟଣାକୁ ନେଇ କିଛି ସମୟ ଉତେଜନା ଦେଖା ଦେଇଥିଲା । ତେବେ ପରୀକ୍ଷା ସମାପ୍ତ ପରେ ତରିମୂଳ ଗ୍ରାମର ଯୁବକ ସେଣ୍ଢେଇ ଛକରେ ବରିପାଳିଆଙ୍କୁ ମାର କହି ଯାହାକୁ ଦେଖିଲେ ପିଟି ଚାଲିଲେ । ଆକ୍ରମଣକାରୀ ପରୀକ୍ଷା ଦେଉଥିବା ପରୀକ୍ଷାର୍ଥୀଙ୍କୁ ମଧ୍ୟ ଛାଡ଼ିନଥିଲେ । ଆକ୍ରମଣରେ ଛାତ୍ର ଅଭିଷେକ ଗୁରୁତର ହୋଇ ପଡ଼ିଥିଲେ । ଯାହାଙ୍କୁ ଚିକିତ୍ସା ପାଇଁ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା । ସେହିପରି ବରିପାଳ ଗ୍ରାମର ସୋମ୍ୟରଞ୍ଜନ ଦାସ ଦେଓଗାଁରୁ ଯାତ୍ରା ଦେଖି ଘରକୁ ଫେରୁଥିବା ବେଳେ ତାଙ୍କୁ ବି ଆକ୍ରମଣକାରୀ ଛାଡ଼ିନଥିଲେ । ଖବରପାଇ ଘସିପୁରା ପୁଲିସ ଘଟଣା ସ୍ଥଳରେ ପହଁଚିଯିବାରୁ ତରିମୂଳ ଗ୍ରାମର ଆକ୍ରମଣକାରୀ ଛତ୍ରଭଙ୍ଗ ଦେଇଥିଲେ । ପୁଲିସ ଘଟଣାର ଛାନଭିନ କରୁଥିବା ବେଳେ ଏଭଳି ଘଟଣା କାହିଁକି ଘଟିଲା ଆଉ ସେଥିପାଇଁ ଯିଏ ଦାୟୀ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଗଣଶିକ୍ଷା ବିଭାଗ ସଚିବ ନିର୍ଦେଶ ଦିଅନ୍ତୁ ବୋଲି ସାଧାରଣରେ ଦାବି ହୋଇଛି ।